ହେଡଲାଇନସ୍:

ବିଜେଡିର ମାଗଣା ବିଜୁଳି ପ୍ରଚାର ‘ବୁଢା ବାଘର କଙ୍କଣ ଦାନ ଉପାଖ୍ୟାନ’ ସଦୃଶ – ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର ନିର୍ବାଚନମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀଙ୍କ ନିରନ୍ତର ପ୍ରଚାର

• ଛେଣ୍ଡିପଦା, ଆଠମଲ୍ଲିକ, କୁଚିଣ୍ଡା ଓ ରେଢାଖୋଲରେ ବିଜେପିକୁ ଆଶୀର୍ବାଦ ପାଇଁ ନିବେଦନ କଲେ
• ବିଜେଡି ସରକାର ରାଜ୍ୟବାସୀଙ୍କୁ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବାର ପ୍ରହସନ କରୁଛନ୍ତି,୨୪ ବର୍ଷ ଧରି କାହିଁକି ମାଗଣା ବିଜୁଳି ଦେଲେନାହିଁ ?
• ବିଜେପି ସରକାର ହେଲେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ମାଧ୍ୟମରେ ମାଗଣାରେ ୩୦୦ ୟୁନିଟ୍ ବିଜୁଳି ମାଗଣାରେ ଯୋଗାଯିବ
• ସମ୍ବଲପୁରରେ ମେ ୨୫ରେ ଜନତାଙ୍କ ଆଶୀର୍ବାଦରେ ହେବ ବଡ ପରିବର୍ତ୍ତନ
• ମତ୍ସ୍ୟଜୀବୀ ଓ କୈବର୍ତ୍ତମାନଙ୍କୁ ମିଳିବ ୧୦ ହଜାର ଟଙ୍କା ଦିଆଯିବ
• ଦେଶୀ ମଦ ଉପରେ କଟକଣା କରାଯିବ, ମାଆ ଭଉଣୀ ମାନଙ୍କ ଉପରେ ଅତ୍ୟାଚାର ବନ୍ଦ ହେବ
• ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ
• ଜଳସେଚନ ବ୍ୟବସ୍ଥା ସହ ଚାଷର ବିକାଶ କରାଯିବ, ଲିଚୁ ଚାଷକୁ ପ୍ରତ୍ସୋହନ ଦିଆଯିବ
• ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ଦିଆଯିବ
• ରତ୍ନଭଣ୍ଡାର, ଚିଟଫଣ୍ଡ ପ୍ରସଙ୍ଗ ନେଇ ଉଦବେଗ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ
• ବିଜେପି ଆସିଲେ ଚିଟଫଣ୍ଡ୍ ଠକମାନଙ୍କୁ ଜେଲ ପଠାଯିବ, ରତ୍ନଭଣ୍ଡାର ଲୁଟେରାକୁ ଦଣ୍ଡ ଦିଆଯିବ
• ଦୁଇଥର ପଦ୍ମଫୁଲରେ ଭୋଟ୍ ଦେଇ ବିଜେପି ପ୍ରାର୍ଥୀଙ୍କୁ ପାଇଁ ନିବେଦନ କଲେ କେନ୍ଦ୍ରମନ୍ତ୍ରୀ


ଛେଣ୍ଡିପଦା/ଆଠମଲ୍ଲିକ/କୁଚିଣ୍ଡା/ରେଢାଖୋଲ, ମଇ ୨୨ – ବିଜେଡି ସରକାର ରାଜ୍ୟବାସୀଙ୍କୁ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବାର ପ୍ରହସନ କରୁଛନ୍ତି । ୨୪ ବର୍ଷ ଧରି କାହିଁକି ମାଗଣା ବିଜୁଳି ଦେଲେନାହିଁ ? ତାଙ୍କର ଏହି ଘୋଷଣା ‘ବୁଢା ବାଘର କଙ୍କଣ ଦାନ ଉପାଖ୍ୟାନ’ ପରି ଲାଗୁଛି ବୋଲି ବୁଧବାର ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀର ମାରାଥନ ନିର୍ବାଚନ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଛେଣ୍ଡିପଦା, ଆଠମଲ୍ଲିକର କିଶୋରନଗର, କୁଚିଣ୍ଡାର ଗୁଲୁଜିପାଲି ଓ ରେଢାଖୋଲର ମାନେଶ୍ୱର ଧମା ଠାରେ ଦଳୀୟ ପ୍ରାର୍ଥୀଙ୍କ ସହ ନିର୍ବାଚନ ପ୍ରଚାର କରିବା ସହିତ ଜନସାଧାରଣଙ୍କୁ ବିଜେପିରେ ଭୋଟ୍ ଦେବା ପାଇଁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ ଦୀର୍ଘ ୨୫ ବର୍ଷର ବିଜେଡି ସରକାରରେ ରାଜ୍ୟରେ ପାନୀୟ ଜଳ, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟସେବା, ଦାଦନ ସମସ୍ୟା ଚିନ୍ତାଜନକ । ମୋଦୀ ସରକାର ପିଇବା ପାଣି ପାଇଁ ୧୦ ହଜାର କୋଟି ଟଙ୍କା ଦେଲେ । ଏଠାକାର ସରକାର ତାମିଲ ଠିକାଦାରଙ୍କୁ କାମ ଦେଇ ହରିଲୁଟ୍ କଲେ । ଲୋକଙ୍କୁ ପାଣି ମିଳିଲା ନାହିଁ । ଜଳସେଚନ ସୁବିଧା ନଥିବାରୁ ଜମି ମରୁଡ଼ି ପଡ଼ୁଛି । ଡାକ୍ତର ନ ଥିବାରୁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ । କାମ ନ ପାଇ ଲୋକମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ରାଜ୍ୟରେ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବାର ପ୍ରହସନ ସେମାନେ ରଚୁଛନ୍ତି । ଏତେ ବର୍ଷ ଧରି ଶାସନ ବ୍ୟବସ୍ଥା ରହିବା ପରେ ମଧ୍ୟ କାହିଁକି ଏ କଥା ଚିନ୍ତା କଲେ ନାହିଁ ? ବିଜେପି କ୍ଷମତାକୁ ଆସିଲେ ‘ମୁକ୍ତ ବିଜୁଳି ଯୋଜନା’ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ମାଧ୍ୟମରେ ମାଗଣାରେ ୩୦୦ ୟୁନିଟ୍ ବିଜୁଳି ମାଗଣାରେ ଯୋଗାଯିବ । ଏଥିପାଇଁ ଘରେ ଘରେ ସୋଲାର ପ୍ୟାନେଲ ଲାଗିବ ।

ବିଜେପିର ସଂକଳ୍ପ ପତ୍ର ଉପରେ ଆଲୋକପାତ କରିବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବିଜେପି ସରକାର ହେଲେ ମତ୍ସ୍ୟଜୀବୀ ଓ କୈବର୍ତ୍ତମାନଙ୍କୁ ୧୦ ହଜାର ଟଙ୍କା ଦିଆଯିବ । ଦେଶୀ ମଦ ଉପରେ କଟକଣା କରାଯିବ । ମାଆ ଭଉଣୀ ମାନଙ୍କ ଉପରେ ଅତ୍ୟାଚାର ବନ୍ଦ ହେବ । ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ । କୃଷିଭିତ୍ତିକ ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା ସହ ଚାଷର ବିକାଶ କରାଯିବ । ଲିଚୁ ଚାଷକୁ ପ୍ରତ୍ସୋହନ ଦିଆଯିବ । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ଦିଆଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ଅଧିକ ୧୫ ଲକ୍ଷ ଘର ପ୍ରଦାନ କରାଯିବ । ସବୁ ଘରେ ପିଇବା ପାଣି, ଶୌଚାଳୟ, ଗ୍ୟାସର ବ୍ୟବସ୍ଥା ହେବ । ରତ୍ନଭଣ୍ଡାର ଖୋଲାଯିବ । ଚିଟଫଣ୍ଡ ଟଙ୍କା ଫେରସ୍ତ କରାଯିବ । ଶୀତଳଭଣ୍ଡାର ସ୍ଥାପନ ହେବ ।

ଏହାସହ ଦିବ୍ୟାଙ୍ଗ, ନିରାଶ୍ରୟ ଓ ବାର୍ଦ୍ଧକ୍ୟ ଭତ୍ତାକୁ ତିନି ହଜାର ଟଙ୍କା କରାଯିବ । କେନ୍ଦୁପତ୍ର ବିଡା ୧.୬୦ ଟଙ୍କାରୁ ୨ ଟଙ୍କା ବୃଦ୍ଧି କରାଯିବ । ଓଡ଼ିଶାରେ ବକେୟା ଥିବା ୧.୫ ଲକ୍ଷ ସରକାରୀ ନିଯୁକ୍ତି ପୂରଣ ସହିତ ୩.୫ ଲକ୍ଷ ନୂଆ ନିଯୁକ୍ତି ଦିଆଯିବା ନେଇ ମୋଦୀଙ୍କ ଗ୍ୟାରେଣ୍ଟି ଅଛି । ସବୁ ଜିଲ୍ଲାରେ ମେଡିକାଲ କଲେଜ, ନର୍ସିଂ କଲେଜ ଏବଂ ସୁପର ସ୍ପେସିଆଲିଟି ହସ୍ପିଟାଲ ହେବ । ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରାଯାଇ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦିଆଯିବ । ୨୫ ଲକ୍ଷ ଲକ୍ଷପତି ଦିଦି ତିଆରି କରାଯିବ ।

ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଭିଡ଼ିଓରେ ଆସୁଛନ୍ତି । ରିମୋଟ ଗୁମାସ୍ତା ହାତରେ ଅଛି । ବିପକ୍ଷ ଦଳ ଟଙ୍କା ଦେଇ ଜନମତ କିଣିବାକୁ ଚେଷ୍ଟା କରୁଛନ୍ତି । ଅନ୍ୟପକ୍ଷେ ଦେଶରେ ଏକ ସଶକ୍ତ ଓ ଲୋକାଭିମୁଖୀ ସରକାର ସହ ସବୁ ବର୍ଗର ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ଦେଶବାସୀ ନିର୍ଣ୍ଣୟ କରିସାରିଛନ୍ତି । ଆସନ୍ତା ୨୫ ତାରିଖରେ ବିଜେପି ପ୍ରାର୍ଥୀଙ୍କୁ ପଦ୍ମଫୁଲରେ ଦୁଇ ଥର ଭୋଟ୍ ଦେଇ ପ୍ରଧାନମନ୍ତ୍ରୀଙ୍କୁ ଜିତାଇବା ସହ ଓଡ଼ିଶାରେ ବିଜେପି ସରକାର ଗଠନ କରିବା ପାଇଁ ଲୋକମାନେ ମନସ୍ଥ କରିସାରିଛନ୍ତି । ସମ୍ବଲପୁରକୁ ଅଗ୍ରଣୀ ଅଞ୍ଚଳ ଭାବରେ ଗଢିବା ଦାୟିତ୍ୱ ମୋର । ସମ୍ବଲପୁରରେ ୨୫ ତାରିଖରେ ଜନତାଙ୍କ ଆଶୀର୍ବାଦରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ ।

0
0
0
s2sdefault