ହେଡଲାଇନସ୍:

ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାରେ ମହିଳାମାନଙ୍କ ପାଇଁ ଜୀବିକା ପ୍ରକଳ୍ପ ଉଦ୍ଦେଶ୍ୟରେ ପ୍ରକଳ୍ପ କଳାକୃତିର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା, ଓଡ଼ିଶା: ୨୨ ମଇ ୨୦୨୪ : ଭାରତର ସର୍ବବୃହତ ଆଲୁମିନିୟମ ଉଦ୍ୟୋଗ ବେଦାନ୍ତ ଆଲୁମିନିୟମ ଏହାର ପ୍ରକଳ୍ପ କଳାକୃତିର ଏକ ଅଂଶ ଭାବରେ ଏକ ପାରଂପାରିକ କଳା ଓ ହସ୍ତଶିଳ୍ପ ତାଲିମ କାର୍ଯ୍ୟକ୍ରମକୁ ଉଦଘାଟନ କରିଛି । ସ୍ଥାୟୀ ଜୀବିକା ଲାଗି ଏହି ପଦକ୍ଷେପ ଜରୀଆରେ ସ୍ଥାନୀୟ ମହିଳାମାନଙ୍କୁ ହସ୍ତଶିଳ୍ପ ତାଲିମ ଦିଆଯାଉଛି । ଏହାଦ୍ୱାରା ମହିଳାମାନେ ଆର୍ଥିକ ସ୍ୱାବଲମ୍ବୀ ହେବା ସହ ନିଜ ପ୍ରସ୍ତୁତ କଳା ଓ ହସ୍ତଶିଳ୍ପ ସାମଗ୍ରୀକୁ ବିକ୍ରି କରି ଭଲ ଉପାର୍ଜନ କରିପାରିବେ ।
ଏହି ପ୍ରକଳ୍ପ ଅଧିନରେ ଝାରସୁଗୁଡ଼ାର ୨୧ଟି ଗାଁର ମହିଳାଙ୍କୁ ପଟ୍ଟଚିତ୍ର, ସଉରା ଚିତ୍ର, ଖଜୁରୀପତ୍ର ଚିତ୍ର, ଜଟ ସିଲାଇ, ବାଡି ଓ ବାଉଁଶ କଳା, ଟେରାକୋଟା ଶିଳ୍ପ, ମଣ୍ଡଳ କଳା ଓ ଆପ୍ଲିକ କାର୍ଯ୍ୟଭଳି ପାରଂପାରିକ କଳା ଉପରେ ତାଲିମ ଦିଆଯାଉଛି । ଉଦଘାଟନୀ କାର୍ଯ୍ୟକ୍ରମରେ ଗୋଷ୍ଠୀର ବହୁ ମହିଳା ଓ ବାଳିକା ଯୋଗଦେଇଥିଲେ ଓ ମଣ୍ଡଳ ଆର୍ଟର ଶିକ୍ଷୟିତ୍ରୀ ଭିନିତା ସିଙ୍ଗାରାଉଲଙ୍କ ଠାରୁ ପ୍ରାରମ୍ଭିକ କ୍ଲାସରେ ଶିକ୍ଷା ଗ୍ରହଣ କରିଥିଲେ ।
ମହିଳାମାନଙ୍କ ପାଇଁ ଏହି ପଦକ୍ଷେପ ସଂପର୍କରେ ଶ୍ରୀ ସୁନୀଲ ଗୁପ୍ତା ସିଓଓ-ବେଦାନ୍ତ ଆଲୁମିନିୟମ ଓ ସିଇଓ ଝାରସୁଗୁଡ଼ା କହିଛନ୍ତି ଯେ ବେଦାନ୍ତରେ ଆମେ ମହିଳାମାନଙ୍କ ସଶକ୍ତିକରଣ କଥା ପ୍ରତି ବିଶେଷ ଧ୍ୟାନ ଦେଇଥାଉ । ଆମେ ଗୋଷ୍ଠୀକୁ ସଶକ୍ତ କରିବା ଦିଗରେ ବହୁତ ଗୁଡ଼ିଏ କାର୍ଯ୍ୟ କରୁୃଛୁ । ଆମେ ଚାହୁଁ ମହିଳାମାନେ ସ୍ୱାଧୀନ ଭାବରେ କିଛି ଉପାର୍ଜନ କରନ୍ତୁ ଓ ପ୍ରାଚୀନ କଳାକୁ ସଂରକ୍ଷଣ ସହ ସେମାନଙ୍କ ଜୀବିକା ସମୃଦ୍ଧି ହୋଇପାରିବ ।
ଜିଲ୍ଲାରେ ବେଦାନ୍ତର ବିକାଶମୂଳକ ପଦକ୍ଷେପ ସଂପର୍କରେ ପ୍ରଶଂସା କରି ପ୍ରକଳ୍ପ କଳାକୃତିର ଶ୍ରୀମତୀ ଭିନିତା ସିଙ୍ଗାରାଉଲ, ପ୍ରଫେସନାଲ ମଣ୍ଡେଲା କଳାକାର ଓ ପ୍ରଶିକ୍ଷକ କହିଛନ୍ତି ଯେ ଝାରସୁଗୁଡ଼ାର ଆଗ୍ରହୀ ମହିଳାମାନଙ୍କ ଆର୍ଥିକ ସ୍ୱାଧୀନତା ଦିଗରେ ବେଦାନ୍ତର ଏହି ପ୍ରୋତ୍ସାହନ ସତରେ ପ୍ରଶଂସନୀୟ । ମୁଁ ମହିଳାମାନଙ୍କ ସହିତ ମିଶି ମୋର ଅଭିଜ୍ଞତାକୁ ବାଂଟିବାରେ ଏକ ଅବିଶ୍ୱସନୀୟ ଅନୁଭୂତି ଲାଭ କରିିଛି । ଏହି ପ୍ଲ।।ଟଫର୍ମ ଜରୀଆରେ ସମାଜରେ ମହିଳାମାନଙ୍କ ସମୃଦ୍ଧି ହୋଇପାରିବ ।
ଅନ୍ୟତମ ପ୍ରଶିକ୍ଷକ ସଂଜୁ ଓହନାମ କହିଛନ୍ତି ଯେ ଜୀବିକା ଅର୍ଜନ କରିବା ସମୟରେ କଳା ଓ ହସ୍ତଶିଳ୍ପ ପ୍ରତିମୋର ଆଗ୍ରହକୁ ଅନୁସରଣ କରିବା ଲାଗି ପ୍ରକଳ୍ପ କଳାକୃତି ମୋତେ ଏକ ଅଦଭୁତ ସୁଯୋଗ ଦେଇଛି। ଏହି ପଦକ୍ଷେପ ମୋତେ ଓ ମୋର ପରିବାରକୁ ଆର୍ଥିକ ସହାୟତା ପାଇଁ ଶକ୍ତି ଯୋଗାଇଛି ।
ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାର ଶୁଭଲକ୍ଷ୍ମୀ ସମବାୟ ସମିତିରେ ମହିଳାଙ୍କ ଜୀବନରେ ଉନ୍ନତି ଆଣିବା ଲାଗି ଗଭୀର ଭାବରେ ପ୍ରତିବଦ୍ଧ । ଝାରସୁଗୁଡ଼ାର ୭୦ ଟି ଗ୍ରାମରେ ଏହା ୪୯୦୦ ସଦସ୍ୟଙ୍କୁ ନେଇ ଭାରତର ବୃହତ ମହିଳା ସମବାୟ ସମିତି ମଧ୍ୟରେ ରହିଛି । ଦକ୍ଷତା ବିକାଶ, ସ୍ଥାୟୀ ଜୀବିକା ଓ ଆର୍ଥିକ ସହାୟତା ମାଧ୍ୟମରେ ବେଦାନ୍ତର ଗ୍ରାମୀଣ ମହିଳାମାନଙ୍କୁ ସମର୍ଥନ କରିଆସୁଛି ।
ଶିକ୍ଷା,ସ୍ୱାସ୍ଥ୍ୟ, ଜୀବିକା, ଗ୍ରାମୀଣ ଭିତିଭୂମି, କଳା ଓ ସଂସ୍କୃତି ତୃଣମୂଳ କ୍ରୀଡ଼ାର ବିକାଶ ସହ ବେଦାନ୍ତ ଆଲୁମିନିୟମ ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମରେ ଆଗରେ ରହିଛି । ଏହା ବ୍ୟତୀତ ମହିଳାମାନଙ୍କ ପାଇଁ ତାର ଆଧୁନିକ ଅଙ୍ଗନବାଡ଼ି, ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ସାହାଯ୍ୟ, ଗୋଷ୍ଠୀ କଲ୍ୟାଣ ଲାଗି ପ୍ରାଥମିକ ଶିକ୍ଷା, ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା ପ୍ରଭୃତି ବହୁ ପ୍ରକାର କାର୍ଯ୍ୟକ୍ରମ ଦ୍ୱାରା ଆଜି ବହୁ ଲୋକଙ୍କ ଜୀବନରେ ପରିବର୍ତନ ଆଣିଛି ଓ ୮୦ଟି ଗ୍ରାମର ପ୍ରାୟ ୩ ଲକ୍ଷ ଲୋକ ଉପକୃତ ହେଉଛନ୍ତି । ଏହା ୩୫୦ରୁ ଅଧିକ ଏସଏଚଜି ମାଧ୍ୟମରେ ପ୍ରାୟ ୫୦୦୦ ମହିଳା ଉପକୃତ ହେଉଛନ୍ତି । ୧୩୦୦୦ ଛାତ୍ର ଛାତ୍ରୀଙ୍କୁ ସହାୟତା କରିବା ସହ ସ୍ଥାନୀୟ ଗୋଷ୍ଠୀ ସହାୟତାରେ ପ୍ରାୟ ୧.୫୦ ଲକ୍ଷ ବୃକ୍ଷରୋପଣ କରିଛି ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ରାଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

0
0
0
s2sdefault