ହେଡଲାଇନସ୍:

ଭୁବନେଶ୍ୱର, ପୁରୀ ଓ କଟକ ଲୋକସଭା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖୋର୍ଦ୍ଧା, ନୟାଗଡ଼, ପୁରୀ ଓ କଟକରେ ଆୟୋଜିତ ନିର୍ବାଚନୀ ସଭାରେ ଦଳୀୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

  • ବିରୋଧିମାନେ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ଭୁବନେଶ୍ୱର ସାଂସଦଙ୍କୁ ସମାଲୋଚନା କଲେ ମୁଖ୍ୟମନ୍ତ୍ରୀ

  • ପୁରୀ ଓ ଲିଙ୍ଗରାଜ ମନ୍ଦିର କାମ ବନ୍ଦ କରିବାକୁ ଚେଷ୍ଟା କରିଥିଲେ – ମୁଖ୍ୟମନ୍ତ୍ରୀ

  • ବିଭିନ୍ନ ଯୋଜନା ଆପଣମାନଙ୍କୁ କେମିତି ଲାଗୁଛି ବୋଲି ଲୋକଙ୍କୁ ପ୍ରଶ୍ନ କଲେ

  • ବି.ଏସ୍‍.କେ.ୱାଇ, ମିଶନଶକ୍ତି, ମମତା, ଲକ୍ଷ୍ମୀବସ, କାଳିଆ, 5T ସ୍କୁଲ ରୂପାନ୍ତରଣ, ମଧୁବାବୁ ପେନ୍‍ସନ, ରାସନ କାର୍ଡ, ପୁରୀ ମନ୍ଦିର କାମ, ମା’ସମଲେଇଙ୍କ କାମ – ସବୁଥିରେ ସମ୍ମିଳିତ ସ୍ୱରରେ ଲୋକେ କହିଥିଲେ ‘ବହୁତ ଭଲ’

  • ଭୁବନେଶ୍ୱର ସାଂସଦଙ୍କୁ ତୀବ୍ର ସମାଲୋଚନା କଲେ କାର୍ତ୍ତିକ ପାଣ୍ଡିଆନ

    ଭୁବନେଶ୍ୱରର ଅଭିବୃଦ୍ଧି ସମ୍ଭାବନାକୁ ବଢ଼ାଇବା ହେଉଛି ତାଙ୍କ କାମ, ପିଲାଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ତାଙ୍କ କାମ, କିନ୍ତୁ ସେ ଛୋଟ ଛୋଟ କାମରେ ଲାଗିଛନ୍ତି

  • କହିଲେ – ଭୁବନେଶ୍ୱର ସାଂସଦ ତାଙ୍କ ରିପୋର୍ଟ କାର୍ଡ ଦେଇ ଲେଖିଛନ୍ତି ଯେ, ଜାତୀୟ ରାଜପଥ ନିର୍ମାଣରେ ୬ ହଜାର ୪୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି

  • ଆପଣମାନେ କୁହନ୍ତୁ ଏନ୍‍.ଏଚ୍‍. ନିର୍ମାଣରେ ସାଂସଦଙ୍କ ଭୂମିକା କଣ ?

  • କଳିଙ୍ଗ ଷ୍ଟାଡିୟମ ପାଖରେ Foot Over Bridge କରିଛନ୍ତି, ୭ ହଜାର ସୋଲାର ଲାଇଟ, ୨୦ଟି ମିନିମାକ୍ସ ଲାଇଟ – ଏହା ହେଉଛି ଆପଣଙ୍କ ସାଂସଦଙ୍କ ବଡ଼ କାମ !

  • ବର୍ତ୍ତମାନ ମନ୍ଦିର ବୁଲି ୱାଟର କୁଲର ଲଗାଉଛନ୍ତି, ଭୁବନେଶ୍ୱର ଲୋକ ତାଙ୍କୁ କ’ଣ ସାଂସଦ କରିଥିଲେ ଏଇଥି ପାଇଁ ?

  • ସାଂସଦଙ୍କ କାମ କ’ଣ ଆପଣମାନେ ଜାଣନ୍ତି ? ବିଶେଷକରି ରାଜଧାନୀର ସାଂସଦମାନଙ୍କର ସ୍ୱତନ୍ତ୍ର ଭୂମିକା ଥାଏ

  • ଭୁବନେଶ୍ୱର ସାଂସଦ ଭାବେ ସହରକୁ ମେଟ୍ରୋ ଆଣିବା, ରିଙ୍ଗ ରୋଡ଼ କରି ଆଖପାଖ ଅଞ୍ଚଳକୁ ଭୁବନେଶ୍ୱର ସହିତ ଯୋଡ଼ିବା, ଏହାଦ୍ୱାରା ଭୁବନେଶ୍ୱର ସହିତ ପାରିପାର୍ଶ୍ୱିକ ଅଞ୍ଚଳ ଯଥା – ଖୋର୍ଦ୍ଧା, ବେଗୁନିଆ, ଜଟଣୀ ଆଦି ଅଞ୍ଚଳର ମଧ୍ୟ ଉନ୍ନତି ହୋଇପାରିବ

  • ଭୋପାଲ, ବେଙ୍ଗାଲୁରୁ ଓ ଜୟପୁରରେ ରାଜଧାନୀ ଅଞ୍ଚଳର ବିଜେପି ସାଂସଦମାନେ ସେମାନଙ୍କ ଅଞ୍ଚଳ ପାଇଁ ବଡ଼ ବଡ଼ ପ୍ରୋଜେକ୍ଟ ଆଣିପାରିଛନ୍ତି

  • ସାଂସଦ ଭାବେ ଆମର ଆଶା ଥିଲା ସେ ଭୁବନେଶ୍ୱର ପାଇଁ IT Park, Software Park, Sea Food Park, Manufacturing Cluster, Textile Park ଆଦି ଅନେକ ଶିଳ୍ପ ଆଣିବେ

  • କିନ୍ତୁ ଆପଣଙ୍କ ସାଂସଦ ଆପଣଙ୍କ ପାଇଁ କ’ଣ କରିଛନ୍ତି ଜଣାପଡ଼ୁନାହିଁ, ଆପଣଙ୍କ ଅଞ୍ଚଳର ଗର୍ବ ଓ ଗୌରବ ପାଇକ ବିଦ୍ରୋହ ବିଷୟରେ ସେ କିଛି କରିଛନ୍ତି କି ?

  • ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧିନତା ସଂଗ୍ରାମର ମାନ୍ୟତା ଦେବାପାଇଁ ମୁଖ୍ୟମନ୍ତ୍ରୀ ବାରମ୍ୱାର ଚିଠି ଲେଖୁଛନ୍ତି, କିନ୍ତୁ ସେ ଚୁପ୍‍ ଅଛନ୍ତି

  • ସମସ୍ତେ ଜାଣିଛନ୍ତି, ସାରା ଓଡ଼ିଶା ଜାଣିଛି ନବୀନ ପଟ୍ଟନାୟକ ଜୁନ ୯ ତାରିଖ ଦିନ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ

  • ଶପଥ ନେବାପରେ ପ୍ରଥମ ଦସ୍ତଖତ ହେବ, ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ ବନ୍ଦ

  • ଦ୍ୱିତୀୟ ଦସ୍ତଖତ ହେବ, ସମସ୍ତେ ବି.ଏସ୍‍.କେ.ୱାଇରେ ସାମିଲ ହେବେ,  ତୃତୀୟ ଦସ୍ତଖତ, ୬୦ ବର୍ଷ ପରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ପେନସନ୍‍ ବ୍ୟବସ୍ଥା

  • ମଧ୍ୟବିତ୍ତ ବର୍ଗ ହେଉଛନ୍ତି ଆମ ଅର୍ଥନୀତିର ମେରୁଦଣ୍ଡ, ମଧ୍ୟବିତ୍ତ ପରିବାରମାନଙ୍କ ବୋଝ ହାଲ୍‍କା କରିବା ପାଇଁ..ମୁଖ୍ୟମନ୍ତ୍ରୀ ବହୁତ ବଡ଼ ନିଷ୍ପତ୍ତି ନେଇଛନ୍ତି | ଆଜି ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ମଧ୍ୟବିତ୍ତ ବର୍ଗଙ୍କ ଉନ୍ନତି ପାଇଁ କିଛି କରିନାହାନ୍ତି

  • ନୟାଗଡ଼ ପାଇଁ ବିପୁଳ ପୁଞ୍ଜିନିବେଶ ଯୋଜନା ରଖିଛନ୍ତି ମୁଖ୍ୟମନ୍ତୀ – ଶ୍ରୀ ପାଣ୍ଡିଆନ

  • ରେଳଲାଇନ ହୋଇଗଲା ବର୍ତ୍ତମାନ ନୟାଗଡ଼ ଶିଳ୍ପସମୃଦ୍ଧ ହେବ, ଯୁବପିଢ଼ି ରୋଜଗାର ପାଇବେ, ସଶକ୍ତ ହେବେ

  • ପୁରୀକୁ ବିଶ୍ୱସ୍ତରୀୟ ଐତିହାସିକ ନଗରୀରେ ପରିଣତ କରିବା ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ – ଶ୍ରୀ ପାଣ୍ଡିଆନ

  • ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଆପଣମାନଙ୍କ ସମସ୍ତଙ୍କ ଯୋଗଦାନ ରହିବ, ଏହାଦ୍ୱାରା ସମସ୍ତେ ଉପକୃତ ହେବେ

  • ପୁରୀରେ ଆନ୍ତର୍ଜାତିକ ବିମାନବନ୍ଦର ହେବ, ଦୁବାଇ, ସିଂଗାପୁର ବିମାନ ବନ୍ଦରରେ ପୁରୀର ନାଁ ଲେଖାହେବ

  • ପୁରୀକୁ ପୁଞ୍ଜି ଆସିବ, ନିଯୁକ୍ତି ଆସିବ, ରୋଜଗାର ବଢ଼ିବ, ପୁରୀ ହେବ ସାରା ଓଡ଼ିଶାର ଅର୍ଥନୈତିକ ମେରୁଦଣ୍ଡ

  • ଏଠାରେ ଆଉ କିଏ ବିଜୟଲାଭ କଲେ ମୁଖ୍ୟମନ୍ତ୍ରୀଙ୍କ କାମରେ ମୁଣ୍ଡ ଖେଳାଇବେ, ବିକାଶକୁ ରୋକିବେ

  • ପୁରୀ ଜିଲ୍ଲାକୁ ସଶକ୍ତ କରିବାକୁ ହେଲେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀ ଆସିବା ଦରକାର, ତା’ହେଲେ ଯାଇ ଜିଲ୍ଲା ବିକାଶରଧାରା ଆଗକୁ ବଢ଼ିବ

  • କଟକ ସାଂସଦ ତଥା ବିଜେପି ସାଂସଦ ପ୍ରାର୍ଥୀଙ୍କୁ ନିନ୍ଦା କଲେ ପାଣ୍ଡିଆନ, ଲୋକସଭାରେ କୋଭିଡ ମୁକାବିଲା ସମ୍ପର୍କରେ ଦେଇଥିବା ଭାଷଣରେ ଓଡ଼ିଶାର ସଫଳତା ବିଷୟରେ ପଦେ ବି କହିଲେନି

  • ଶାରିରୀକ ଭାବରେ ସେ ବିଜୁ ଜନତା ଦଳରେ ଥିଲେ, କିନ୍ତୁ ତାଙ୍କ ଅନ୍ତରରେ ବିଜେପି ଥିଲା ଓଡ଼ିଶା ପ୍ରତି ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏଭଳି ପ୍ରତାରଣାର ଉଚିତ ଜବାବ୍‍ ୨୫ ତାରିଖରେ ଆପଣମାନେ ଦେବାକୁ ଆହ୍ୱାନ

  • ଆସନ୍ତା ୧୦ ବର୍ଷ ମଧ୍ୟରେ ଯୁବପୀଢ଼ିଙ୍କୁ ସଶକ୍ତ କରି ନୂଆ ଓଡ଼ିଶା ଗଠନ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ

  • ୫ ବର୍ଷରେ ଥରେ ସୁଯୋଗ ଆସିଛି ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବା ପାଇଁ, ଶଙ୍ଖ ଚିହ୍ନରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ନିବେଦନ କଲେ

    ଅଲଗା ଲୋକ ସାଂସଦ ହେଲେ ବିକାଶ ରଥ ଅଟକି ଯିବ, ବିରୋଧି ଦଳ କେବେହେଲେ ବିକାଶ ଚାହାନ୍ତି ନାହିଁ, କାମ କରିବାକୁ ଦେବେ ନାହିଁ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ତିନୋଟି ଲୋକସଭା ନିର୍ବାଚନ ମଣ୍ଡଳୀ - ଭୁବନେଶ୍ୱର, ପୁରୀ ଓ କଟକ ଲୋକସଭା କ୍ଷେତ୍ରରେ ନିର୍ବାଚନ ପ୍ରଚାର କରିଛନ୍ତି । ଖୋର୍ଦ୍ଧା, ନୟାଗଡ଼, ପୁରୀ ଓ କଟକରେ ଆୟୋଜିତ ନିର୍ବାଚନୀ ସଭାରେ ଉଦବୋଧନ ଦେଇ ଦଳୀୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ସେ ଅନୁରୋଧ କରିଥିଲେ ।

ସଭାରେ ଲକ୍ଷାଧିକ ଉତ୍ସାହିତ ଜନତା ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଥିଲେ ଯେ, ଜୁଲାଇ ମାସରୁ ମାଗଣା ବିଜୁଳି ପାଇବେ, ଆପଣମାନେ ଖୁସି ତ ? ହର୍ଷ, ଉଲ୍ଲାସ ଓ କରତାଳି ମଧ୍ୟରେ ‘ହଁ’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସଭାସ୍ଥଳ ।

ମୁଖ୍ୟମନ୍ତ୍ରୀ ତାଙ୍କ ସରକାରଙ୍କ ଦ୍ୱାରା ଚାଲିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ପଚାରିଥିଲେ । ବି.ଏସ୍‍.କେ.ୱାଇ, ମିଶନଶକ୍ତି, ମମତା, ଲକ୍ଷ୍ମୀବସ, କାଳିଆ, 5T ସ୍କୁଲ ରୂପାନ୍ତରଣ, ମଧୁବାବୁ ପେନ୍‍ସନ, ରାସନ କାର୍ଡ, ପୁରୀ ମନ୍ଦିର କାମ, ମା’ସମଲେଇଙ୍କ କାମ ଆଦି ଯୋଜନା ଆପଣମାନଙ୍କୁ କେମିତି ଲାଗୁଛି ? ସବୁଥିରେ ସମ୍ମିଳିତ ସ୍ୱରରେ ଲୋକେ କହିଥିଲେ ‘ବହୁତ ଭଲ’ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିରୋଧି ନେତାମାନେ ମିଛ କଥା କହୁଛନ୍ତି । କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଭୁବନେଶ୍ୱର ସାଂସଦଙ୍କୁ ସମାଲୋଚନା କରି ସେ କହିଲେ ଯେ, ସାଂସଦ ପୁରୀ ଓ ଲିଙ୍ଗରାଜ ମନ୍ଦିର କାମ ବନ୍ଦ କରିବାକୁ ଚେଷ୍ଟା କରିଥିଲେ ।

Imageଏହାପରେ ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ନିଜର ଅଭିଭାଷଣରେ ଭୁବନେଶ୍ୱର ସାଂସଦଙ୍କୁ ତୀବ୍ର ସମାଲୋଚନା କରିଥିଲେ । ସେ କହିଲେ ଯେ ସାଂସଦ ଭାବରେ ଭୁବନେଶ୍ୱରର ଅଭିବୃଦ୍ଧି ସମ୍ଭାବନାକୁ ବଢ଼ାଇବା ହେଉଛି ତାଙ୍କ କାମ । ପିଲାଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ତାଙ୍କ କାମ । କିନ୍ତୁ ସେ ଛୋଟ ଛୋଟ କାମରେ ଲାଗିଛନ୍ତି । ସେ ପୁଣି କହିଲେ ଯେ ଭୁବନେଶ୍ୱର ସାଂସଦ ତାଙ୍କ ରିପୋର୍ଟ କାର୍ଡ ଦେଇ ଲେଖିଛନ୍ତି ଯେ, ଜାତୀୟ ରାଜପଥ ନିର୍ମାଣରେ ୬ ହଜାର ୪୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଆପଣମାନେ କୁହନ୍ତୁ ଏନ୍‍.ଏଚ୍‍. ନିର୍ମାଣରେ ସାଂସଦଙ୍କ ଭୂମିକା କଣ ? କଳିଙ୍ଗ ଷ୍ଟାଡିୟମ ପାଖରେ Foot Over Bridge କରିଛନ୍ତି, ୭ ହଜାର ସୋଲାର ଲାଇଟ, ୨୦ଟି ମିନିମାକ୍ସ ଲାଇଟ ଲଗାଇଛନ୍ତି । ଏହା ହେଉଛି ଆପଣଙ୍କ ସାଂସଦଙ୍କ ବଡ଼ କାମ ! ବର୍ତ୍ତମାନ ମନ୍ଦିର ବୁଲି ୱାଟର କୁଲର ଲଗାଉଛନ୍ତି ।

ଭୁବନେଶ୍ୱର ଲୋକ ତାଙ୍କୁ କ’ଣ ସାଂସଦ କରିଥିଲେ ଏଇଥି ପାଇଁ ? ସାଂସଦଙ୍କ କାମ କ’ଣ ଆପଣମାନେ ଜାଣନ୍ତି ? ବିଶେଷକରି ରାଜଧାନୀର ସାଂସଦମାନଙ୍କର ସ୍ୱତନ୍ତ୍ର ଭୂମିକା ଥାଏ । ଭୁବନେଶ୍ୱର ସାଂସଦ ଭାବେ ସହରକୁ ମେଟ୍ରୋ ଆଣିବା, ରିଙ୍ଗ ରୋଡ଼ କରି ଆଖପାଖ ଅଞ୍ଚଳକୁ ଭୁବନେଶ୍ୱର ସହିତ ଯୋଡ଼ିବା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ କାମ । ଏହାଦ୍ୱାରା ଭୁବନେଶ୍ୱର ସହିତ ପାରିପାର୍ଶ୍ୱିକ ଅଞ୍ଚଳ ଯଥା – ଖୋର୍ଦ୍ଧା, ବେଗୁନିଆ, ଜଟଣୀ ଆଦି ଅଞ୍ଚଳର ମଧ୍ୟ ଉନ୍ନତି ହୋଇପାରିବ ।

ଭୋପାଲ, ବେଙ୍ଗାଲୁରୁ ଓ ଜୟପୁରରେ ରାଜଧାନୀ ଅଞ୍ଚଳର ବିଜେପି ସାଂସଦମାନେ ସେମାନଙ୍କ ଅଞ୍ଚଳ ପାଇଁ ବଡ଼ ବଡ଼ ପ୍ରୋଜେକ୍ଟ ଆଣିପାରିଛନ୍ତି । ସାଂସଦ ଭାବେ ଆମର ଆଶା ଥିଲା ସେ ଭୁବନେଶ୍ୱର ପାଇଁ IT Park, Software Park, Sea Food Park, Manufacturing Cluster, Textile Park ଆଦି ଅନେକ ଶିଳ୍ପ ଆଣିବେ । କିନ୍ତୁ ଆପଣଙ୍କ ସାଂସଦ ଆପଣଙ୍କ ପାଇଁ କ’ଣ କରିଛନ୍ତି ଜଣାପଡ଼ୁନାହିଁ । ଆପଣଙ୍କ ଅଞ୍ଚଳର ଗର୍ବ ଓ ଗୌରବ ପାଇକ ବିଦ୍ରୋହ ବିଷୟରେ ସେ କିଛି କରିଛନ୍ତି କି ? ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧିନତା ସଂଗ୍ରାମର ମାନ୍ୟତା ଦେବାପାଇଁ ମୁଖ୍ୟମନ୍ତ୍ରୀ ବାରମ୍ୱାର ଚିଠି ଲେଖୁଛନ୍ତି । କିନ୍ତୁ ସେ ଚୁପ୍‍ ଅଛନ୍ତି ।

ସେ ପୁଣି କହିଲେ ଯେ ସମସ୍ତେ ଜାଣିଛନ୍ତି, ସାରା ଓଡ଼ିଶା ଜାଣିଛି ନବୀନ ପଟ୍ଟନାୟକ ଜୁନ ୯ ତାରିଖ ଦିନ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଶପଥ ନେବାପରେ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ ବନ୍ଦ ହେବ । ଦ୍ୱିତୀୟ ଦସ୍ତଖତରେ ସମସ୍ତେ ବି.ଏସ୍‍.କେ.ୱାଇରେ ସାମିଲ ହେବେ । ତୃତୀୟ ଦସ୍ତଖତରେ ୬୦ ବର୍ଷ ପରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ପେନସନ୍‍ ବ୍ୟବସ୍ଥା କରାଯିବ ।

Imageସମସ୍ତ ସଭାରେ ମଧ୍ୟବିତ୍ତ ପରିବାରମାନଙ୍କ ଉପରେ ଫୋକସ କରି ସେ କହିଲେ ଯେ, ମଧ୍ୟବିତ୍ତ ବର୍ଗ ହେଉଛନ୍ତି ଆମ ଅର୍ଥନୀତିର ମେରୁଦଣ୍ଡ । ମଧ୍ୟବିତ୍ତ ବର୍ଗର ଉନ୍ନତି ହେଲେ ସର୍ଭିସ ସେକ୍ଟର ଉନ୍ନତି ହେବ । ମଧ୍ୟବିତ୍ତ ବର୍ଗଙ୍କ ବୋଝ ହାଲ୍‍କା କରିବା ପାଇଁ ମୁଖ୍ୟମନ୍ତ୍ରୀ ବହୁତ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆଜି ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ମଧ୍ୟବିତ୍ତ ବର୍ଗଙ୍କ ଉନ୍ନତି ପାଇଁ କିଛି କରିନାହାନ୍ତି । ମଧ୍ୟବିତ୍ତ ପରିବାର ବର୍ଗଙ୍କୁ ବି.ଏସ୍‍.କେ.ୱାଇ କାର୍ଡ ଦିଆଯିବ । ସମସ୍ତେ ପାଇବେ ସ୍ୱାସ୍ଥ୍ୟ ସୁରକ୍ଷା । ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହଋଣ ପାଇଁ ସୁଧ କମ୍‍ କରାଯିବ । ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ମଧ୍ୟ ଋଣରେ ସୁଧ କମ୍‍ କରାଯିବ । ସେ ପୁଣି କହିଲେ ଯେ, ଓଡ଼ିଶାର ୯୮ ପ୍ରତିଶତ କଲେଜ ପିଲାଙ୍କୁ ନୂଆ-ଓ ସ୍କଲାରସିପ୍‍ ଦିଆଯାଉଛି, ଛାତ୍ର ପାଇବେ ୧୨ ହଜାର, ଛାତ୍ରୀ ପାଇବେ ୧୪ ହଜାର, ଅନ୍ୟ କୋଣସି ରାଜ୍ୟରେ ଏତେ ପିଲାଙ୍କୁ ସ୍କଲାରସିପ୍‍ ଦିଆଯାଉନାହିଁ, ସର୍ବାଧିକ ୫ରୁ ୧୦ ପ୍ରତିଶତ ପିଲାଙ୍କୁ ସ୍କଲାରସିପ୍‍ ଦିଆଯାଉଛି । ଏଭଳି ପଦକ୍ଷେପ କୌଣସି ରାଜ୍ୟ ନେଇନାହାନ୍ତି । ଏହା କେବଳ ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକ କରିଛନ୍ତି ।

ନୟାଗଡ଼ରେ ସେ କହିଲେ ଯେ, ଏ ଅଞ୍ଚଳ ପାଇଁ ବିପୁଳ ପୁଞ୍ଜିନିବେଶର ଯୋଜନା ରଖିଛନ୍ତି ମୁଖ୍ୟମନ୍ତୀ । ରେଳଲାଇନ ହୋଇଗଲା । ବର୍ତ୍ତମାନ ନୟାଗଡ଼ ଶିଳ୍ପସମୃଦ୍ଧ ହେବ । ଯୁବପିଢ଼ି ରୋଜଗାର ପାଇବେ, ସଶକ୍ତ ହେବେ ।

Imageପୁରୀରେ ସେ କହିଲେ ଯେ, ପୁରୀକୁ ବିଶ୍ୱସ୍ତରୀୟ ଐତିହାସିକ ନଗରୀରେ ପରିଣତ କରିବା ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ । ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଆପଣମାନଙ୍କ ସମସ୍ତଙ୍କ ଯୋଗଦାନ ରହିବ,
ଏହାଦ୍ୱାରା ସମସ୍ତେ ଉପକୃତ ହେବେ । ପୁରୀରେ ଆନ୍ତର୍ଜାତିକ ବିମାନବନ୍ଦର ହେବ । ଦୁବାଇ, ସିଙ୍ଗାପୁର ପରି ବିମାନ ବନ୍ଦରରେ ପୁରୀର ନାଁ ଲେଖାହେବ । ପୁରୀକୁ ପୁଞ୍ଜି ଆସିବ, ନିଯୁକ୍ତି ଆସିବ, ରୋଜଗାର ବଢ଼ିବ ।

ପୁରୀ ଲୋକଙ୍କୁ ପ୍ରତିଶ୍ରୁତି ଦେଇ ସେ କହିଲେ ଯେ, ଫନୀରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତଙ୍କୁ ଘର ମିଳିବ, ରାସନ କାର୍ଡ ମିଳିବ । ଉଠାଦୋକାନୀଙ୍କର ପୁରୀର ରୂପାନ୍ତରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ସେମାନଙ୍କର ସମସ୍ତ ସମସ୍ୟାର ସମାଧାନ କରାଯିବ । ସେମାନେ ଖୁସିରେ ରହିବେ । ଏ ସରକାର ହେଉଛି ଲୋକଙ୍କ ସରକାର ।

Imageସେ ପୁଣି କହିଲେ ଯେ, ପୁରୀ ହେବ ସାରା ଓଡ଼ିଶାର ଅର୍ଥନୈତିକ ମେରୁଦଣ୍ଡ । ଏଠାରେ ଆଉ କିଏ ବିଜୟଲାଭ କଲେ ମୁଖ୍ୟମନ୍ତ୍ରୀଙ୍କ କାମରେ ମୁଣ୍ଡ ଖେଳାଇବେ । ବିକାଶକୁ ରୋକିବେ । ପୁରୀ ଜିଲ୍ଲାକୁ ସଶକ୍ତ କରିବାକୁ ହେଲେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀ ଆସିବା ଦରକାର, ତା’ହେଲେ ଯାଇ ଜିଲ୍ଲା ବିକାଶରଧାରା ଆଗକୁ ବଢ଼ିବ । ଅଲଗା ଲୋକ ସାଂସଦ ହେଲେ ବିକାଶ ରଥ ଅଟକି ଯିବ, ବିରୋଧି ଦଳ କେବେହେଲେ ବିକାଶ ଚାହାନ୍ତି ନାହିଁ, କାମ କରିବାକୁ ଦେବେ ନାହିଁ ।

ଖୋର୍ଦ୍ଧାରେ ବିକାଶର ହିସାବ ଦେଇ ସେ ଖୋର୍ଦ୍ଧାରେ ପ୍ରତିଷ୍ଠା କରାଯାଇଥିବା ଶିଳ୍ପର ହିସାବ ଦେଇଥିଲେ । ସେ କହିଲେ ଯେ, ACME Greentech Urja Private Limited ଜରିଆରେ ୩୫,୬୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଇଛି ଓ ୬୩୦୦ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି । Avaada Electro Pvt. Ltd. ଜରିଆରେ ୧୧,୩୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଇଛି, ୪୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି । Electronic Manufacturing Cluster ଜରିଆରେ ୨୩୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଇଛି, ୪୩୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି । Berger Paints India Ltd. ଜରିଆରେ ୧୪୬୦ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଇଛି, ୪୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି । Rungta Paints Pvt. Ltd. ଜରିଆରେ ୧୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଇଛି, ୭୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି । Nestle India Ltd.ଜରିଆରେ ୯୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଇଛି, ୯୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି । Sea Food Park, ଜରିଆରେ ୫୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଇଛି ।

ନୟାଗଡ଼ରେ ସେ କହିଲେ ଯେ, କଣ୍ଟିଲୋ ନୀଳମାଧବ ମନ୍ଦିର ରୂପାନ୍ତରଣ ସହିତ କୁସୁମୀ ଓ ବୃତଙ୍ଗ ଜଳସେଚନ ପ୍ରକଳ୍ପ ଜରିଆରେ ଜଳସେଚନ ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଛନ୍ତି ।

ପରିଶେଷରେ ସେ କହିଲେ ଯେ, ୫ ବର୍ଷରେ ଥରେ ସୁଯୋଗ ଆସିଛି ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବା ପାଇଁ । ଶଙ୍ଖ ଚିହ୍ନରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ସେ ନିବେଦନ କରିଥିଲେ ।

Imageକଟକ ଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇ ଶ୍ରୀ ପାଣ୍ଡିଆନ କହିଲେ ଯେ, ବିଜୁ ଜନତା ଦଳ ଓ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରୁ ବର୍ତ୍ତମାନର ସାଂସଦ କଟକ ସାଂସଦୀୟ କ୍ଷେତ୍ରରୁ ୬ ଥର ସାଂସଦ ହୋଇଛନ୍ତି । କୋଭିଡ ମୁକାବିଲାରେ ଓଡ଼ିଶାର ଭୂମିକା ଜାତୀୟ ଓ ଅନ୍ତର୍ଜାତିୟ ସ୍ତରରେ ପ୍ରଶଂସନୀୟ ଥିଲା । କୋଭିଡ ମୁକାବିଲାରେ ଓଡ଼ିଶା ୧ ନମ୍ୱର ଥିଲା । ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଲକ୍ଷ ଲକ୍ଷ ଜୀବନ ବଞ୍ଚାଇବା ପାଇଁ ହଜାର ହଜାର ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ, ସରକାରୀ କର୍ମଚାରୀ ଦିନ ରାତି କଠିନ ପରିଶ୍ରମ କରି ଏହି ମହାମାରୀର ମୁକାବିଲା କରିଥିଲେ । ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଦେଶର ବିଭିନ୍ନ ରାଜ୍ୟକୁ ଅକ୍‍ସିଜେନ୍‍ ସିଲିଣ୍ଡର ଓଡ଼ିଶା ତରଫରୁ ପଠାଯାଇଥିଲା । କୋଭିଡ଼ ମୁକାବିଲା ସଂକ୍ରାନ୍ତରେ ସଂସଦରେ ଯେତେବେଳେ ଆଲୋଚନା ହେଲା କଟକର ସାଂସଦଙ୍କୁ ବିଜୁ ଜନତା ଦଳ ପକ୍ଷରୁ କହିବା ପାଇଁ ସୁଯୋଗ ମିଳିଥିଲା । ୨୦ ମିନିଟ୍‍ କାଳ କୋଭିଡ଼ ମୁକାବିଲା ବିଷୟରେ ଭାଷଣ ଦେଇଥିଲେ । ଥରୁଟିଏ ବି ଓଡ଼ିଶା କିମ୍ୱା ମୁଖ୍ୟମନ୍ତ୍ରୀଙ୍କର କୋଭିଡ଼ ମୁକାବିଲାରେ ଭୂମିକା ବିଷୟରେ କହିନଥିଲେ । କେବଳ କେନ୍ଦ୍ର ସରକାରଙ୍କ ବିଷୟରେ କହିଥିଲେ । ସେ ସମୟରେ ସେ ଓଡ଼ିଶାକୁ ଭୁଲିଗଲେ ଓ ନବୀନ ବାବୁଙ୍କୁ ଭୁଲିଗଲେ । ସେଦିନ ଜଣା ପଡ଼ିଯାଇଥିଲା ଯେ ସେ ଶାରିରୀକ ଭାବରେ ସିନା ବିଜୁ ଜନତା ଦଳରେ ଅଛନ୍ତି କିନ୍ତୁ ତାଙ୍କ ଅନ୍ତରରେ ବିଜେପି ଦଳ ରହିଛି । ଓଡ଼ିଶା ପ୍ରତି ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏଭଳି ପ୍ରତାରଣାର ଉଚିତ ଜବାବ୍‍ ୨୫ ତାରିଖରେ ଆପଣମାନେ ଦେବେ ବୋଲି ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ ।
Imageଆସନ୍ତା ୧୦ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ଯୁବପୀଢ଼ିଙ୍କୁ ସଶକ୍ତ କରି ନୂଆ ଓଡ଼ିଶା ଗଠନ କରିବାର ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଥିଲେ ।

ସାଂସଦ ପ୍ରାର୍ଥୀ ମନ୍ମଥ ରାଉତ ରାୟ, ଅରୂପ ପଟ୍ଟନାୟକ ଓ ସଂତୃପ୍ତ ମିଶ୍ରଙ୍କ ସମେତ ସମସ୍ତ ବିଧାନ ସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀମାନଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ଭୋଟ ବ୍ୟବଧାନରେ ଜିତାଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଶ୍ରୀ ପାଣ୍ଡିଆନ ଅନୁରୋଧ କରିଥିଲେ ।

0
0
0
s2sdefault