ହେଡଲାଇନସ୍:

ମାଳତୀରେ ଐତିହାସିକ ଗୋଷ୍ଠ ଶୀତଳ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ ମାଳତୀ ଗ୍ରାମରେ ଗୋଲା ସମ୍ପ୍ରଦାୟର ଐତିହାସିକ ତଥା ପାରମ୍ପରିକ ପର୍ବ ଗୋଷ୍ଠ ଶୀତଳ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ମଙ୍ଗଳବାର ରାତିରେ ରୀତିନୀତି ମୁତାବକ ସମ୍ପ୍ରଦାୟ ପକ୍ଷରୁ ଗ୍ରାମର ଆରାଧ୍ୟା ମାଆ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା ଆରମ୍ଭ ହେବା ସହିତ ବୁଧବାର ଏହି କାର୍ଯ୍ୟକ୍ରମ ସମାପ୍ତ ହେବା ସହିତ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା I ଏହି ଅବସରରେ ମାଆ ଠାକୁରାଣୀଙ୍କ ନିକଟରେ ହୋମ ଯଜ୍ଞ ଅନୁଷ୍ଠିତ ହେବା ସହିତ ଗ୍ରାମବାସୀ ନିଜ ଗୃହପାଳିତ ଛେଳି ମେଣ୍ଢା ଗୋଠର ସୁରକ୍ଷା ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ I ଗୋଷ୍ଠ ଶୀତଳ ଉତ୍ସବ ସ୍ଥାନୀୟ ଗୋଲା ସମ୍ପ୍ରଦାୟର ପାରମ୍ପରିକ ବାର୍ଷିକ ଉତ୍ସବ ହୋଇଥିବା ବେଳେ ପ୍ରତିବର୍ଷ ଏହା ବୈଶାଖ ମାସ ଶୁକ୍ଳ ପକ୍ଷ କୌଣସି ଏକ ମଙ୍ଗଳବାର ଏହି ଉତ୍ସବ ଅନୁଷ୍ଠିତ ହୋଇଥାଏ I ଏହି ପର୍ବରେ ଗ୍ରାମବାସୀ ନିଜ ନିଜର ଗୃହପାଳିତ ଛେଳି ମେଣ୍ଢାଙ୍କ ସ୍ୱାସ୍ଥ୍ୟ ରକ୍ଷା ତଥା ଫାଟୁଆ ଏବଂ ଅନ୍ୟ ସଂକ୍ରାମକ ରୋଗରୁ ରକ୍ଷା କରିବା ପାଇଁ ମାଆ ଠାକୁରାଣୀଙ୍କ ନିକଟରେ ପୂଜା କରିବା ସହିତ ଆଶୀର୍ବାଦ ଭିକ୍ଷା କରିଥାନ୍ତି I ଚଳିତ ବର୍ଷ ଉତ୍ସବରେ ମାଳତୀ ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରିଥିବା ବେଳେ ନିକଟସ୍ଥ ମୁନିଗାଡ଼ି,କେଶରାପଲ୍ଲୀ,ଗାଙ୍ଗପୁର,ସାନ ସାଦରା ଆଦି ଅଞ୍ଚଳରୁ ପ୍ରବଳ ଜନ ସମାଗମ ହୋଇଥିଲା I

0
0
0
s2sdefault