ହେଡଲାଇନସ୍:

ଓଡ଼ିଶା ରାଜନୀତିରେ ପଟ୍ଟ ପରିବର୍ତ୍ତନ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିବା - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରରେ ମିଶ୍ରଣ ପର୍ବ, ପର୍ଶୁରାମ ଜୟନ୍ତୀ ଓ ଶୀତଳଷଷ୍ଠୀ ‘ଥାଳଉଠା’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

  • • କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗଦେଲେ ଦେବଗଡ ଜିଲ୍ଲାର ସରପଞ୍ଚ ସଂଘର ସଭାପତି, ବରିଷ୍ଠ ବିଜେଡି ନେତା ସତ୍ୟ ନାରାୟଣ ପାଣି, ବିଜେଡି ନେତା ଦୀପେନ୍ଦ୍ର ପଟେଲ ଓ ଶତାଧିକ ସମର୍ଥକ

  • • ସମ୍ବଲପୁରରେ ନୂଆ ବିଜେପି କାର୍ଯ୍ୟାଳୟର ଉଦ୍‌ଘାଟନ କଲେ

  • • ସମ୍ବଲପୁରର ଶୀତଳଷଷ୍ଠୀ ପରମ୍ପରାର ଆଦ୍ୟକେନ୍ଦ୍ର ନନ୍ଦପଡା ଠାରେ ଶ୍ରୀ ବାଲୁଙ୍କେଶ୍ୱର ମନ୍ଦିରରେ ‘ଥାଳଉଠା’ କାର୍ଯ୍ୟକ୍ରମରେ ସାମିଲ ହେଲେ

  • • ଝାଡୁଆପଡା ଲୋକନାଥ ମନ୍ଦିର, ବାଲିବନ୍ଧ ସୋମନାଥ ମନ୍ଦିର, ଶୀତଳେଶ୍ୱର ମନ୍ଦିର, ମୁଦିପଡା ସ୍ଥିତ ଜାଗେଶ୍ଵର ବାବା ମନ୍ଦିରରେ ଦର୍ଶନ କରିବା ସହ ‘ଥାଳଉଠା’ କାର୍ଯ୍ୟକ୍ରମରେ ହେଲେ ସାମିଲ

  • • ଶୀତଳଷଷ୍ଠୀ ଭାଇଚାରା, ସୌହାର୍ଦ୍ଦ୍ୟ ଓ ସାମାଜିକ ସମରସତାର ପର୍ବ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ


ସମ୍ବଲପୁର, ମଇ ୧୦ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ସମ୍ବଲପୁରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯୋଗଦେବା ସହ ଜିଲ୍ଲାର ବିଭିନ୍ନ ଶୈବ ମନ୍ଦିରରେ ଶୀତଳଷଷ୍ଠୀର ଆଦ୍ୟପର୍ବ ‘ଥାଳଉଠା’ ଏବଂ ପର୍ଶୁରାମ ଜୟନ୍ତୀ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

Imageଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଦେବଗଡ ଜିଲ୍ଲାର ସରପଞ୍ଚ ସଂଘର ସଭାପତି, ବରିଷ୍ଠ ବିଜେଡି ନେତା ସତ୍ୟ ନାରାୟଣ ପାଣି(ହାଡି ପାଣି), ବିଜେଡି ନେତା ଦୀପେନ୍ଦ୍ର ପଟେଲଙ୍କ ସହ ବିଭିନ୍ନ ରାଜନୈତିକ ଦଳର ନେତା, କର୍ମୀ, ସମାଜସେବୀମାନେ ଯୋଗଦେଇଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ବଲପୁର ସମେତ ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଲୋକପ୍ରିୟତା କ୍ରମାଗତ ଭାବରେ ବଢିବାରେ ଲାଗିଛି । ଆଜିର ମିଶ୍ରଣ ପର୍ବ କେବଳ ସମ୍ବଲପୁର ନୁହେଁ ବରଂ ରାଜ୍ୟ ରାଜନୀତିରେ ପଟ୍ଟ ପରିବର୍ତ୍ତନ କରିବାରେ ସହାୟକ ହେବ । ନିକଟରେ ବିଜେପିର ସଂକଳ୍ପ ପତ୍ର ଜାରି କରାଯାଇଛି । ରାଜ୍ୟରେ ବିଜେପି ସରକାର ଆସିଲେ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ । ସବୁ ଚାଷ ଜମି ଜଳସେଚନ ହେବ । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ଦିଆଯିବ । ଅପରପକ୍ଷରେ ଯେଉଁମାନେ ଦୀର୍ଘ ସମୟ ଧରି ଶାସନରେ ରହିଲେ, ସେମାନେ କିଛି କାମ କରିନାହାନ୍ତି । ଏହାର ପ୍ରତିବାଦ ସ୍ୱରୂପ ଓଡ଼ିଶାରେ ବିଜେଡି ସରକାର ବଦଳାଇ ବିଜେପି ସରକାର କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିବାକୁ କାର୍ଯ୍ୟକର୍ତ୍ତାଙ୍କୁ ସେ ପରାମର୍ଶ ଦେଇଥିଲେ । ଏହା ପୂର୍ବରୁ ଶ୍ରୀ ପ୍ରଧାନ ମା’ସମଲେଶ୍ୱରୀ ମନ୍ଦିର ସମ୍ମୁଖରେ ଏକ ବିଜେପି କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିଥିଲେ ।

Imageପବିତ୍ର ‘ଅକ୍ଷୟ ତୃତୀୟା’ ଅବସରରେ କେନ୍ଦ୍ରମନ୍ତ୍ରୀ ସମ୍ବଲପୁରର ଶୀତଳଷଷ୍ଠୀ ପରମ୍ପରାର ଆଦ୍ୟକେନ୍ଦ୍ର ନନ୍ଦପଡା ଠାରେ ଶ୍ରୀ ବାଲୁଙ୍କେଶ୍ୱର ମନ୍ଦିରରେ ‘ଥାଳଉଠା’ କାର୍ଯ୍ୟକ୍ରମରେ ସାମିଲ ହେବା ସହ ପୂଜାର୍ଚ୍ଚନା କରିଥିଲେ । ଅନୁରୂପ ଭାବରେ ଝାଡୁଆପଡା ଲୋକନାଥ ମନ୍ଦିର, ବାଲିବନ୍ଧ ସୋମନାଥ ମନ୍ଦିର, ସମ୍ବଲପୁରରେ ଶୀତଳେଶ୍ୱର ମନ୍ଦିର, ମୁଦିପଡା ସ୍ଥିତ ଜାଗେଶ୍ଵର ବାବା ମନ୍ଦିରରେ ଦର୍ଶନ କରିବା ସହ ‘ଥାଳଉଠା’ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେ କହିଥିଲେ ଅକ୍ଷୟ ତୃତୀୟାରେ ଶୀତଳଷଷ୍ଠୀର ଆଦ୍ୟ ପର୍ବ ‘ଥାଳଉଠା’ ଭକ୍ତମାନଙ୍କ ଗହଣରେ ସାମିଲ ହେବା ମୋର ସୌଭାଗ୍ୟ । ଶୀତଳଷଷ୍ଠୀ ଭାଇଚାରା, ସୌହାର୍ଦ୍ଦ୍ୟ ଓ ସାମାଜିକ ସମରସତାର ପର୍ବ । ଏହି ଅନନ୍ୟ ଲୋକପରମ୍ପରା ସମାଜକୁ ଆହୁରି ଏକତ୍ରିତ କରିବା ନେଇ ସେ କାମନା କରିଥିଲେ । ଏହାବ୍ୟତିତ ମହର୍ଷି ପଶୁରାମ ଛକରେ ପର୍ଶୁରାମ ଜୟନ୍ତୀ ଅବସରରେ ମଧ୍ୟ ଆଳତି କରିଥିଲେ ।

0
0
0
s2sdefault