ହେଡଲାଇନସ୍:

ବିଜେଡି ଇସ୍ତାହାରରେ କିଛି ନୂଆ ନାହିଁ, କେବଳ ଫମ୍ଫା ପ୍ରତିଶ୍ରୁତି - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

Imageବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା

• ବିଜେଡିର ଘୋଷଣା ଗୁଡ଼ିକ କେବଳ ଲୋକ ଦେଖାଣିଆ, ଓଡ଼ିଶାର ବିକାଶ ସହ କିଛି ସମ୍ପର୍କ ନାହିଁ
• ୨ ଲକ୍ଷ ଚାକରି ଦେବା କଥା ଇସ୍ତାହାରରେ କହିଛନ୍ତି, ୨୪ ବର୍ଷରେ କାହିଁକି ରୋଜଗାର ଦେଲେନି ?
• ରାଜ୍ୟରେ ୧ ଲକ୍ଷ ସରକାରୀ ପଦବୀ ଖାଲି, ପଦବୀ ପୂରଣ କରିବାକୁ କିଏ ମନା କରିଥିଲା ?
• ଓଡ଼ିଶାରେ ମହିଳାମାନେ ଅସୁରକ୍ଷିତ ଓ ଅତ୍ୟାଚାର ଶୀକାର ବୋଲି ଏନସିଆରବି ରିପୋର୍ଟ କହୁଛି
• ଚାଷୀଙ୍କ ପାଇଁ କିଛି ଯୋଜନା ନାହିଁ, ରାଜ୍ୟରେ ଜଳସେଚନର ବ୍ୟବସ୍ଥା ନାହିଁ, ଶୀତଳଭଣ୍ଡାର ନାହିଁ, ଚାଷୀମାନେ ଅତ୍ୟନ୍ତ ଖରାପ ଅବସ୍ଥାରେ ଅଛନ୍ତି, ଏହି ପ୍ରଶ୍ନର ଉତ୍ତର ରଖିବେ କି ?
• ବିଜେପି ସରକାର ହେଲେ କଟନୀ ଛଟନୀ ବନ୍ଦ ହେବ, ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ବୃଦ୍ଧି କରାଯିବ


ସମ୍ବଲପୁର, ମଇ ୧୦ – ବିଜେଡି ଜାରି କରିଥିବା ନିର୍ବାଚନୀ ଇସ୍ତାହାରରେ କୌଣସି ନୂତନତ୍ୱ ନାହିଁ । ଗୁଡ଼ାଏ ଜିନିଷରେ ବିଜେପିର ଇସ୍ତାହାରକୁ କପି କରିବାର ଚେଷ୍ଟା କରାଯାଇଛି । ବିଜେଡି ଇସ୍ତାହାର କେବଳ ଏକ ପ୍ରହସନ ଓ ଫମ୍ପା ପ୍ରତିଶ୍ରୁତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଅକ୍ଷୟ ତୃତୀୟା ଅବସରରେ ସମ୍ବଲପୁର ସାପଲହରା ଗାଁରେ ଚାଷୀ ଭାଇ ମାନଙ୍କ ସହ ମିଶି ଅକ୍ଷିମୁଠି ଅନୁକୂଳ କରିଛନ୍ତି । ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ବିଜେଡି ଇସ୍ତାହାର ସମ୍ପର୍କୀତ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ବିଜେଡିର ଇସ୍ତାହାରରେ ଅନେକ ଗୁଡ଼ିଏ ବିଷୟରେ ବାରମ୍ବାର ପ୍ରତିଶ୍ରୁତି ଦିଆଯାଇଛି । ଇସ୍ତାହାରରେ କୌଣସି ନୂଆ କଥା ନାହିଁ । ୨ ଲକ୍ଷ ଚାକରି ଦେବା କଥା ଇସ୍ତାହାରରେ କହିଛନ୍ତି । ୨୪ ବର୍ଷ ସରକାରରେ ରହିବା ପରେ ଏ ଯାଏଁ କାହିଁକି ରୋଜଗାର ଦେଲେନି ? ରାଜ୍ୟରେ ୧ ଲକ୍ଷ ସରକାରୀ ପଦବୀ ଖାଲି ଥିବା କଥା ବିଧାନସଭାରେ ସରକାରଙ୍କ ମନ୍ତ୍ରୀ ଉତ୍ତର ରଖିଛନ୍ତି । ଏସବୁ ପଦବୀ ପୂରଣ କରିବାକୁ କିଏ ମନା କରିଥିଲା ? ସରକାରୀ ପଦବୀ ପୂରଣ ନ କରି ଏବେ ଚାକିରି ଦେବି ବୋଲି କହିବା ପ୍ରହସନ ବ୍ୟତୀତ ଅନ୍ୟ କିଛି ନୁହଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେହିପରି ଯୁବକମାନଙ୍କ ପାଇଁ ବଜେଟ୍ ଆଣିବା କଥା ଇସ୍ତାହାରରେ କୁହାଯାଇଛି । ଏହା ପୂର୍ବରୁ ମହିଳା ବଜେଟ୍ ଓ କୃଷି ବଜେଟ୍ ଆଣିଥିଲେ । ଏନସିଆରବିର ତଥ୍ୟ ଦେଖିଲେ ଓଡ଼ିଶାରେ ହିଁ ମହିଳାମାନେ ଅସୁରକ୍ଷିତ ଓ ଅତ୍ୟଧିକ ଅତ୍ୟାଚାର ଶୀକାର ହେଉଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ରାଜ୍ୟରେ ଜଳସେଚନର ସୁବିଧା ନଥିବା ବେଳେ ଶୀତଳ ଭଣ୍ଡାର ନାହିଁ । ଚାଷୀଙ୍କୁ ସାମାନ୍ୟତମ ସୁବିଧା ମିଳିପାରୁନାହିଁ । ବିଜେଡିର ଘୋଷଣା ଗୁଡ଼ିକ କେବଳ ଲୋକ ଦେଖାଣିଆ । ଓଡ଼ିଶାର ବିକାଶ ସହ କିଛି ସମ୍ପର୍କ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଓଡ଼ିଶାର ଅଧିକାଂଶ ଭାଗ ଲୋକମାନେ ଚାଷ ଉପରେ ନିର୍ଭର କରନ୍ତି । ବିଜେପି ସରକାର ଓଡ଼ିଶାରେ ହେଲେ କଟନୀ ଛଟନୀ ବନ୍ଦ କରିବା ସହ ଧାନର ଏମଏସପି ୨୧୮୩ ଟଙ୍କାରୁ ୩୧୦୦ ଟଙ୍କା ବୃଦ୍ଧି କରିବା ନେଇ ଘୋଷଣା କରିଛି । ବିଜେଡି ସରକାରର ନିର୍ବାଚନୀ ଇସ୍ତାହାରରେ ଚାଷୀଙ୍କ ପାଇଁ କିଛି ଯୋଜନା ନାହିଁ । ବିଜେଡିର ପ୍ରତିଶ୍ରୁତି କେବଳ ଘୋଷଣାରେ ସୀମିତ । ଆଜି ଓଡ଼ିଶାରେ ଜଳସେଚନର ବ୍ୟବସ୍ଥା ନାହିଁ, ଶୀତଳଭଣ୍ଡାର ନାହିଁ, ଚାଷୀମାନେ ଅତ୍ୟନ୍ତ ଖରାପ ଅବସ୍ଥାରେ ଅଛନ୍ତି । ଏହାର ଉତ୍ତର ସେମାନେ ଦେବେ କି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।

0
0
0
s2sdefault