ହେଡଲାଇନସ୍:

ଜଗତସିଂହପୁର ଲୋକସଭା ଓ 4 ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ 14 ଜଣ ପ୍ରାର୍ଥୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୧୦.୦୫.୨୦୨୪/ସୁମନ୍ତ କୁମାର ଦାସ: ନାମାଙ୍କନ ପତ୍ର ଦାଖଲ ର ଚତୁର୍ଥ ଦିନରେ 16 ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ଅନୁପମ ସାହା ଙ୍କ ନିକଟରେ କମୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ର ପ୍ରାର୍ଥୀ ରମେଶ ଚନ୍ଦ୍ର ସେଠୀ,ବହୁଜନ ସମାଜ ପାର୍ଟି ର ପ୍ରାର୍ଥୀ ବିଭୁତି ଭୂଷଣ ମାଝୀ,ଭାରତୀୟ ଜନତା ପାର୍ଟି ର ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ, ଏ ପି ଆଇ ପାର୍ଟିର ପ୍ରାର୍ଥୀ ପିୟୁଷ ଦାସ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି 104 ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଆଜି ଉପ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ସାହୁ ଙ୍କ ନିକଟରେ ଭାରତୀୟ ଜାତୀୟ କଂଗ୍ରେସ ର ପ୍ରାର୍ଥୀ ପ୍ରତିମା ମଲ୍ଲିକ ଓ ବିଜୁ ଜନତା ଦଳ ର ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି 101 ପାରାଦ୍ଵୀପ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଆଜି 4 ଜଣ ପ୍ରାର୍ଥୀ ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ଲଲିତ ମୋହନ ବେହେରା ଙ୍କ ନିକଟରେ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେମାନେ ହେଲେ ସି ପି ଆଇ ର ଜିନ୍ମୟୀ ସାହାଣୀ, ଭାରତୀୟ ଜନତା ପାର୍ଟି ର ସମ୍ପଦ ଚନ୍ଦ୍ର ସ୍ୱାଇଁ, ଭାରତୀୟ ଜାତୀୟ କଂଗ୍ରେସ ର ନିରଞ୍ଜନ ନାୟକ ଓ ବିଜୁ ଜନତା ଦଳ ପ୍ରାର୍ଥୀ ଗୀତାଞ୍ଜଳି ରାଉତରାୟ। ସେହିପରି 103 ବାଲିକୁଦା -ଏରସମା ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ଭାରତୀୟ ଜନତା ପାର୍ଟି ର ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତି, ସ୍ଵାଧୀନ ପ୍ରାର୍ଥୀ ରାକେଶ କୁମାର ବେହେରା, ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ସମ୍ବିତ୍ ରାଉତ ଙ୍କ ନିକଟରେ ଓ 102 ତିର୍ତ୍ତୋଲ ବିଧାନସଭା(ସଂ) ନିର୍ବାଚନମଣ୍ଡଳୀ ନିମନ୍ତେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ରାଜକିଶୋର ବେହେରା, ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ଅଭିମନ୍ୟୁ ବେହେରା ଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

0
0
0
s2sdefault