ହେଡଲାଇନସ୍:

ସମ୍ବଲପୁରରେ ଘର ଘର ବୁଲି ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପିକୁ ନେଇ ଲୋକଙ୍କ ମଧ୍ୟରେ ବହୁତ ଶ୍ରଦ୍ଧା ଓ ଉତ୍ସାହ ଅଛି – ଧର୍ମେନ୍ଦ୍ର ପ୍ରଧାନ

  • • ମୋଦୀ ଗ୍ୟାରେଣ୍ଟି କାର୍ଡ ବାଣ୍ଟିବା ସହ ବିଜେପିର ସଂକଳ୍ପ ପତ୍ର ଉପରେ ଅବଗତ କରାଇଲେ

  • • ମୋଦୀ ଗ୍ୟାରେଣ୍ଟି ଲୋକଙ୍କ ଜୀବନକୁ ସହଜ ଓ ସରଳ କରିଛି

  • • ଐତିହାସିକ କୁଞ୍ଜେଲପଡାର ଜନମତ ଓଡ଼ିଶାରେ ବିଜେପି ସରକାରର ବଡ ସଙ୍କେତ ଦେଉଛି

  • • କୁଞ୍ଜେଲପଡା ସ୍ଥିତ ବୁଢି ମାଆ ଗଳିରେ କାର୍ଯ୍ୟକର୍ତ୍ତାଙ୍କ ସହ ସରସତିଆର ମଜା ନେଲେ

  • • ଚାଉଳ ବରା ଖାଇବା ସହ ଚା’ ଖଟିରେ ସ୍ଥାନୀୟ ଲୋକଙ୍କ ସହ କଲେ ଆଲୋଚନା

ସମ୍ବଲପୁର, ମଇ ୦୮ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ସମ୍ବଲପୁରର କୁଞ୍ଜେଲପଡ଼ାରେ ଡୋର୍ ଟୁ ଡୋର୍ କ୍ୟାମ୍ପେନ କରିବା ସହ ରାଜ୍ୟରେ ବିଜେପି ସରକାର ଗଠନ କରିବା ପାଇଁ ଭୋଟ୍ ଦେବାକୁ ଜନସାଧାରଣ ମାନଙ୍କୁ ନିବେଦନ କରିଛନ୍ତି ।

Imageଶ୍ରୀ ପ୍ରଧାନ ଆଜି ସକାଳୁ ସମ୍ବଲପୁର କୁଞ୍ଜେଲପଡ଼ାରେ ଘର ଘର ବୁଲି ମୋଦୀ ଗ୍ୟାରେଣ୍ଟିର ଲିଫଲେଟ୍ ବିତରଣ କରିଛନ୍ତି । ଲୋକମାନଙ୍କୁ ମୋଦୀଙ୍କ ବାର୍ତ୍ତା ଉପରେ କହିବା ସହ ଓଡ଼ିଶା ବିଜେପିର ସଂକଳ୍ପ ପତ୍ର ଉପରେ ମଧ୍ୟ ଆଲୋଚନା କରିଛନ୍ତି । ପ୍ରଚାର କାଳରେ ଶ୍ରୀ ପ୍ରଧାନ କୁଞ୍ଜେଲପଡା ସ୍ଥିତ ବୁଢି ମାଆ ଗଳିରେ ଥିବା ସ୍ଥାନୀୟ ମିଞ୍ଜୁ କାକାଙ୍କ ଦୋକାନରୁ କାର୍ଯ୍ୟକର୍ତ୍ତାଙ୍କ ସହ ସରସତିଆର ମଜା ନେଇଥିଲେ । ସ୍ଥାନୀୟ ଦୋକାନରୁ କାର୍ଯ୍ୟକର୍ତ୍ତାଙ୍କ ସାଥୀରେ ଚାଉଳ ବରା ଖାଇବା ସହ କିଶୋର ଦଣ୍ଡସେନାଙ୍କ ଦୋକାନରୁ ଚା’ ପିଇଥିଲେ । ଏହି ଅବସରରେ ସ୍ଥାନୀୟ ଲୋକଙ୍କ ସହ ମଧ୍ୟ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ।
Imageକେନ୍ଦ୍ରମନ୍ତ୍ରୀ କହିଛନ୍ତି କୁଞ୍ଜେଲପଡା ହେଉଛି ରାଜନୈତିକ ଚର୍ଚ୍ଚା ଓ ଆଲୋଚନାର ଏକ ମଞ୍ଚ । କୁଞ୍ଜେଲ ସିଂହଙ୍କ ବୀରତ୍ୱପୂର୍ଣ୍ଣ ସଂଘର୍ଷ ଏଠାରେ ହୋଇଥିଲା । ଆଜି ଘର ଘର ବୁଲି ଲୋକଙ୍କ ଆଶୀର୍ବାଦ ନେବାର ସୁଯୋଗ ଲାଭ କଲି । ଲୋକଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ଓ ବିଜେପିକୁ ନେଇ ସ୍ନେହ, ଶ୍ରଦ୍ଧା, ବହୁତ ଉତ୍ସାହ ଓ ସମର୍ଥନ ଅଛି । ପ୍ରଧାନମନ୍ତ୍ରୀ ଏବଂ ଦଳର ନେତୃତ୍ୱ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇଛି ।

Imageମୋଦୀ ଗ୍ୟାରେଣ୍ଟି ଲୋକଙ୍କ ଜୀବନକୁ ସହଜ ଓ ସରଳ କରିଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ହିଁ ବିକଶିତ ସମ୍ବଲପୁର ଓ ବିକଶିତ ଓଡ଼ିଶା ସକାର ହୋଇ ପାରିବ ବୋଲି ସମସ୍ତଙ୍କ ଆଗାଢ ବିଶ୍ୱାସ ରହିଛି । ଐତିହାସିକ କୁଞ୍ଜେଲପଡାର ଜନମତ ଓଡ଼ିଶାରେ ବିଜେପି ସରକାରର ବଡ ସଙ୍କେତ ଦେଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Imageକେନ୍ଦ୍ରମନ୍ତ୍ରୀଙ୍କ ସାଥୀରେ ସମ୍ବଲପୁର ବିଧାୟକ ପ୍ରାର୍ଥୀ ଜୟ ନାରାୟଣ ମିଶ୍ର ଓ ଅନ୍ୟ ନେତୃବୃନ୍ଦ ଥିଲେ ।

0
0
0
s2sdefault