ହେଡଲାଇନସ୍:

ନିର୍ବାଚନ ପ୍ରଚାର ପୂରେଇଦେବେନି ରାଜନୈତିକ ଦଳକୁ ଏଥର ହେବ ଭୋଟ ବର୍ଜନ ମଲିଝରଣ ଗ୍ରାମ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ଗାଁରେ ମୌଳିକ ସୁବିଧା ଅପହଞ୍ଚ ହୋଇରହିଛି। ବାରମ୍ବାର ନିବେଦନ ପରେ ବି ପ୍ରଶାସନ ଶୁଣୁନି I ତେଣୁ ଏହି ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଳକ୍ କୋଡ଼ିପାରି ପଞ୍ଚାୟତର ମଲିଝରଣ । ସେମାନେ ଗାଁ ମୁଣ୍ଡ ଛକ ରେ ଏକ ପୋଷ୍ଟର ମାରିଛନ୍ତି ।  ନିର୍ବାଚନ ପ୍ରଚାର ପାଇଁ ଗାଡ଼ିକୁ ଗାଁ ଭିତରକୁ ପୂରାଇ ଦିଆଯିବନି ବୋଲି କହିଛନ୍ତି। ଗ୍ରାମବାସୀ କହିଛନ୍ତି, ଏହି ଗାଁରେ ୧୫୦  ପରିବାର ବସବାସ କରୁଛନ୍ତି।  ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ବି ଗାଁରେ ମୌଳିକ ସୁବିଧା ଅପହଞ୍ଚ ହୋଇରହିଛି। ଗାଁରୁ ମୁଖ୍ୟ ସଦରକୁ ପକ୍କାରାସ୍ତା ନାହିଁ ।  ସମସ୍ୟାର ସମାଧାନ ପାଇଁ ବିଭିନ୍ନ ସମୟରେ ବ୍ଳକ୍ ଓ ଜିଲ୍ଲା ପ୍ରଶାସନକୁ ଓ ପୂର୍ବତନ ଜିଲ୍ଲାପାଳ ଙ୍କୁ ଏବଂ ପଞ୍ଚାୟତ ସରପଞ୍ଚ କୁ ମଧ୍ୟ ଅବଗତ କରାଯାଇଥିଲା । ନିର୍ବାଚନମଣ୍ଡଳୀର ବିଧାୟକ ତଥା ମକରନ୍ଦ ମୁଦୁଲି ଦୃଷ୍ଟି ଆକର୍ଷଣ କରାଯାଇଥିଲା କିନ୍ତୁ  କୌଣସି ସୁଫଳ ମିଳିନାହିଁ ବୋଲି ଗ୍ରାମ ବାସି କହିଛନ୍ତି । ତେଣୁ ଗ୍ରାମବାସୀ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ଗାଁର ସମସ୍ତ ଛୋଟ ପିଲାରୁ ଆରମ୍ଭ କରି ବୁଡ଼ା ବୁଡି ଯାଇ ଭୋଟର ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତି ନେଇଛନ୍ତି। କୌଣସି ରାଜନୈତିକ ଦଳ କିମ୍ବା ପ୍ରାର୍ଥୀଙ୍କୁ ଗାଁ ଭିତରକୁ ପଶେଇ ଦେବେନି ବୋଲି କହିଛନ୍ତି। ଗାଁ ଭିତରକୁ ପ୍ରଚାର ଗାଡ଼ି ପ୍ରବେଶ ମନା ବୋଲି କହିଛନ୍ତି। ଏଥିପାଇଁ ଗାଁ ମୁଣ୍ଡରେ  ପୋଷ୍ଟର୍ ମାରିଛନ୍ତି।।  ଏ ସମ୍ପର୍କରେ ବିଡିଓ    ଅମୃତ ରାଉଲ ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ ଫୋନ ମାଧ୍ୟମ ରେ କିନ୍ତୁ କିଛି ପ୍ରତିକ୍ରିୟା ମିଳି ପାରିନଥିଲା,ଯଦି ଏହି ଗ୍ରାମର  ସମସ୍ୟାର ସମାଧାନ ତୁରନ୍ତ ଯଦି ନ ହୁଏ ମେ ୧୩ ରେ ହେଉଥିବା ନିର୍ବାଚନ କୁ ମଲିଝରଣ ଗ୍ରାମ ବାସି ଆମେ ଭୋଟବର୍ଜନ କରିବୁ ବୋଲି ମନ ମାନିନେଇଛନ୍ତି |  ହିରଣ୍ୟ ନାଏକ, କାର୍ତ୍ତିକ ମାଝୀ,ଦେବକର ନାଏକ,ମାନତା ମାଝୀ ଦୁଃଖୁ ଲହରା, ବନୁ ମାଝୀ, ଉମେଶ ମାଝୀ ସଦନ ମାଝୀ, ଈଶ୍ୱର ନାଏକ ସହ ଶତାଧିକ ପୁରୁଷ ଓ ମହିଳା ସମସ୍ତେ ଉପସ୍ଥିତ ରହିଥିଲେ |

0
0
0
s2sdefault