ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ରାୟଗଡ଼ା ଜିଲା କଂଗ୍ରେସ କମିଟି ର ସଭାପତି ବିଜୟ କୁମାର ଗମାଙ୍ଗ ଆଜି ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି l ଶ୍ରୀ ଗମାଙ୍ଗ ଙ୍କୁ ଦଳୀୟ କାର୍ଯ୍ୟକ୍ରମ ଗୁଡିକୁ ନିମନ୍ତ୍ରଣ କରାଯାଉ ନଥିବା ଏବଂ ଦଳୀୟ ନେତା ମାନେ ଅଣଦେଖା କରୁଥିବା ନେଇ ଏକ ଇସ୍ତଫା ପତ୍ର ରେ ଉଲ୍ଲେଖ କରିଥିବା ପତ୍ର ପି ସି ସି ସଭାପତି ଶରତ ପଟ୍ଟନାୟକ ଏବଂ ରାଜ୍ୟ ପ୍ରଭାରୀ ଅଜୟ କୁମାର ଙ୍କୁ ପ୍ରେରଣ କରିଥିବା କହିଛନ୍ତି l ସେ ଗତ ୧୯୮୫ ମସିହାରୁ ଦଳରେ ଥିଲେ ଏବଂ ଦୀର୍ଘ ୩୯ ବର୍ଷ ମଧ୍ୟରେ ଦଳରେ ଶୃଙ୍ଖଳା ଭାବେ କାର୍ଯ୍ୟ କରିଥିଲେ l ସୂଚନା ଯୋଗ୍ୟ ଯେ ସେ ଥରେ ସେ ୧୯୯୭ ରୁ ୫ ବର୍ଷ ପାଇଁ ଜିଲା ପରିଷଦ ର ଅଧ୍ୟକ୍ଷ ମଧ୍ଯ ହୋଇଥିଲେ l ସେ ଏଵଂ ତାଙ୍କ ପୁତ୍ର ଅଭିନାସ ଗମାଙ୍ଗ ଦଳୀୟ ଟିକେଟ ପାଇଁ ଆଶାୟୀ ଥିଲେ l ତେବେ ତାଙ୍କୁ ଦଳ ଟିକେଟ ନ ଦେଇ ତାଙ୍କ ପୁତୁରା ସତ୍ୟଜିତ ଗମାଙ୍ଗ ଙ୍କୁ ଗୁଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ କରିଥିଲା l ଏହାକୁ ନେଇ ସେ ଅସନ୍ତୋଷ ଥିବା ଜଣାପଡ଼ଛି l ଦଳ ସତ୍ୟଜିତ ଙ୍କୁ ପ୍ରାର୍ଥୀ କରିବା ପରେ ଅଭିନାସ ଦଳ ଛାଡିବା ସହ କୋରାପୁଟ ଲୋକ ସଭା କ୍ଷେତ୍ରରୁ ସ୍ଵାଧୀନ ଏମପି ପ୍ରାର୍ଥି ଭାବେ ନିର୍ବାଚନ ଲଢ଼ୁଛନ୍ତି l ସେହିପରି ଅନ୍ୟତମ ଆଶାୟୀ ପ୍ରାର୍ଥୀ ଭାସ୍କର ଜାଗରଙ୍ଗl ଦଳ ଛାଡ଼ିବା ସହ ସ୍ଵାଧୀନ ଭାବେ ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ପ୍ରାର୍ଥୀ ହୋଇଛନ୍ତି l ଭାସ୍କର ଙ୍କ ନାମାଙ୍କନ କାର୍ଯ୍ୟକ୍ରମ ରେ ସେ ଯୋଗ ଦେଇଥିବା କହି ଶୃଙ୍ଖଳା କମିଟି ର ଅଧକ୍ଷ ସନ୍ତୋଷ ସିଂ ସାଲୁଜା ରବିବାର ଏକ ପତ୍ର ଲେଖି ଏହା ଉପରେ ୨୪ ଘଣ୍ଟା ଉପରେ ନିଜର ମତ ରଖିବାକୁ କହିଥିଲେ l ଏହାରି ଭିତରେ ସେ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି l ସେ ଭାସ୍କର ଙ୍କ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିବା ଏଵଂ ତାଙ୍କ ଆତ୍ମ ସମ୍ମାନରେ ଆଞ୍ଚ ଆସିବାରୁ ଦଳରୁ ଇସ୍ତଫା ଦେଇଥିବା ବିଜୟ ଗମାଙ୍ଗ କହିଛନ୍ତି। ରାଜ୍ଯ କଂଗ୍ରେସ ପ୍ରକୃତ କର୍ମୀ ମାନଙ୍କୁ ଚିହ୍ନିବାରେ ବିଫଳ ହୋଇଛି ବୋଲି କହିଛନ୍ତି।