ହେଡଲାଇନସ୍:

ମାରାଥନ ରେଲି ଓ ସଭା ସହ ଘରକୁ ଘର ଯାଇ ପ୍ରଚାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନିଜପାଇଁ ଓ ସାଂସଦ ପ୍ରାର୍ଥୀନୀଙ୍କ ପାଇଁ ଜୋରଦାର ପ୍ରଚାର କରୁଛନ୍ତି ବର୍ଷା

ବରଗଡ:-ନିର୍ବାଚନ କୁ ମାତ୍ର ଆଉ କେଇଟା ଦିନ ବାକି ରହିଲା । ଇତି ମଧ୍ୟରେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିବା ପ୍ରାର୍ଥୀ ମାନଙ୍କ ପ୍ରଚାର ମଧ୍ୟ ଜୋର ଧରିବାରେ ଲାଗିଛି । ବରଗଡ଼ ଜିଲ୍ଲା ପଦ୍ମପୁର ରେ ମଧ୍ୟ୍ୟ ତିନି ପ୍ରମୁଖ ଦଲର ପ୍ରାର୍ଥୀ ମାନେ ପ୍ରଚାର ମୈଦାନ ରେ ପରିଶ୍ରମ କରୁଥିବାର ଦେଖିବାକୁ ମିଳିଛି । ହେଲେ ସମସ୍ତଙ୍କ ଠାରୁ ଆଗରେ ରହିଛନ୍ତି ବିଜୁ ଜନତା ଦଳର ପ୍ରାର୍ଥୀନୀ ଶ୍ରୀମତୀ ବର୍ଷା ସିଂ ବରିହା । ଅବଶ୍ୟ ଗତ ଷୋହଳ ମାସ ହେଲା ସେ କ୍ରମାଗତ ଭାବରେ ନିଜର ନିର୍ବାଚନମଣ୍ଡଳୀ ସମସ୍ତ ଗ୍ରାମକୁ ବାରମ୍ବାର ଯାଇଛନ୍ତି ହେଲେ ସାଧାରଣ ନିର୍ବାଚନରେ ନିଜ ଓ ନିଜ ଦଳ ପାଇଁ ଭୋଟ ଭିକ୍ଷା କରିବା ପାଇଁ ଲୋକଙ୍କ ପାଖକୁ ପହଂଚିବା ରେ ସେ ଅନ୍ୟ ସବୁ ପ୍ରାର୍ଥୀ ଙ୍କର ଠାରୁ ଢେର ଆଗରେ ଅଛନ୍ତି । ପ୍ରଥମ ପର୍ଯ୍ୟାୟରେ ଗାଁ ଗଜଳି ରେ ସଭା ସମିତି ମାନ କରି ଲୋକଙ୍କୁ ଭୋଟ ଦାନ ପାଇଁ କହିବା ପରେ ଆଜି ବର୍ଷା ପଦ୍ମପୁର ବ୍ଲକ ଚିତାଖୋଲ , ଚାରପାଲି, ସିଂହନପୁର ଓ ଫଟାମୁଣ୍ଡା ଗ୍ରାମକୁ ଯାଇ ଘର ଘର ବୁଲି ପ୍ରଚାର କରିଥିଲେ । ଏହି ଅବସରରେ ପ୍ରତ୍ୟେକ ଗ୍ରାମରେ ବର୍ଶା ଙ୍କୁ ପ୍ରବଳ ସମ୍ମର୍ଥନ ମିଳୁଥିବା ବେଳେ ଗ୍ରାମର ମାଁ ଭଉଣୀ ମନେ ତାଙ୍କୁ ଅତି ଆଦରରେ କୋଳେଇ ନେଇ ତାଙ୍କ ସହିତ ଘରକୁ ଘର ଯାଇ ଭୋଟ ଭିକ୍ଷା କରୁଥିଲେ । ପ୍ରଚାର କଥା କହିବା ଗଲେ ବର୍ଷା ଅନ୍ୟ ପ୍ରାର୍ଥୀ ମାନଙ୍କ ଅପେକ୍ଷା ଢେର ଆଗରେ ଥିବା ବେଳେ ଅନ୍ୟ ପ୍ରାର୍ଥୀ ମାନଙ୍କ ତୁଳନାରେ ତାଙ୍କର ଗ୍ରହଣୀୟତା  ମଧ୍ୟ ଯଥେଷ୍ଟ ଅଧିକ । ଗତ ଷୋହଳ ମାସର କାର୍ଯକାଳ ଭିତରେ ନିର୍ବାଚନ ମଣ୍ଡଳୀର ପ୍ରତେକ ଲୋକ ତାଙ୍କୁ ଭଲ ଭାବରେ ଜାଣିଗଲେଣି । ଅନ୍ୟ ପ୍ରାର୍ଥୀ ମାନଙ୍କ ତୁଳନା ରେ ତାଙ୍କର ଲୋକପ୍ରିୟତା ମଧ୍ଯ ଢେର ଅଧିକ ଏଥିରେ ସନ୍ଦେହ ନାହିଁ ।

ନିଜର ବିଗତ ଦିନର କାମ ଓ ରକ୍ୟ ସରକାର ଙ୍କ ଜନାହିତକର ଯୋଜନା ଉପରେ ବର୍ଷା ଭୋଟ ମାଗୁଥିବା ବେଳେ ବିରୋଧୀ ମୁଦ୍ଦା ବିହୀନ ପ୍ରଚାର ଚଳେଇ ଥିବା ଦେଖିଲେ ଲାଗୁଛି । ବର୍ଷାଙ୍କର ସଭା ସମିତିରେ ହେଉଥିବା ଭିଡ଼ ବିଜୁ ଜନତା ଦଳର କର୍ମୀ ମାନଙ୍କୁ ଉତ୍ସାହିତ କରିଥିବା ବେଳେ , ଲୋକେ ପୁଣି ଏଥର ବର୍ଷା ଙ୍କୁ ରେକର୍ଡ ଭୋଟ ଦେଇ ଆଶିର୍ବାଦ କରିବେ ବୋଲି ଦଳୀୟ ନେତୃମଣ୍ଡଳୀ ଆଶା ପୋଷଣ କରୁଛନ୍ତି ।

0
0
0
s2sdefault