ହେଡଲାଇନସ୍:

ଶେଷ ପର୍ଯ୍ୟାୟରେ ବୈଶାଖ ମେଳା ପାଇଁ ପ୍ରସ୍ତୁତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଚଳିତ ବର୍ଷ ପ୍ରବଳ ଗହଳି ହେବାର ସମ୍ଭାବନା

ବରଗଡ :- ବିଶ୍ୱ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ , ପ୍ରାକୃତିକ ସୌନ୍ଦର୍ଯ୍ୟ ର ଭରପୁର ପରିବେଶ ମଧ୍ୟରେ , ପବିତ୍ର ପାପନାଶିନୀ ଝରଣାର କୂଳରେ ବିରାଜମାନ ମହାପ୍ରଭୁ ଶ୍ରୀ ଶ୍ରୀ ନୃସିଂହନାଥ ( ପ୍ରଭୁ ମାର୍ଜର କେଶରୀ ) ଙ୍କର ପବିତ୍ର ଜନ୍ମୋତ୍ସବ ଓ ସର୍ବପୁରାତନ ବୈଶାଖ ମେଳା ଆସନ୍ତା 19 ମେ ରୁ 23 ମେ ପର୍ଯନ୍ତ ପାଞ୍ଚ ଦିନ ବ୍ୟାପୀ ହେବାକୁ ଯାଉଛି । ଚଳିତ ବର୍ଷ ଏହି ଅବଧି ମଧ୍ୟରେ ବରଗଡ଼ ଜିଲ୍ଲାରେ ଆସନ୍ତା 20 ତାରିଖ ଦିନ ସାଧାରଣ ନିର୍ବାଚନ ରହିଛି ତଥାପି ମେଳା ସମୟରେ ହେବାକୁ ଥିବା ପ୍ରବଳ ଜନ ଗହଳି କୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କୁ ସୁଚାରୁ ରୂପରେ ପରିଚାଳନା କରିବା ପାଇଁ ବ୍ୟବସ୍ଥା ଜାରି ରହିଛି । ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳା ଦେଖିବା ପାଇଁ ଆସିବାକୁ ଥିବା ଯାତ୍ରୀ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଉତ୍ତମ ଗମନାଗମନ ସହିତ ପର୍ଯପ୍ତ ପମିୟ ଜଳ ର ସୁ ବ୍ୟବସ୍ଥା ସହିତ ସମସ୍ତ ଜରୁରୀ କାଳୀନ ପରିସ୍ଥିତି କୁ ମୁକାବିଲା କରିବା ପାଇଁ ସବୁ ପ୍ରକାର ପ୍ରସ୍ତୁତି ବର୍ତ୍ତମାନ ଶେଷ ପର୍ଯାୟ ରେ । ଜନ୍ମୋତ୍ସବ ସମୟରେ ସୁଗଣତା ର ସହିତ ନିର୍ଦ୍ଧାରିତ ସମୟ ସୀମା ଭିତରେ ମହାପ୍ରଭୁଙ୍କ ନୀତି ପୂଜା ଆଦି ସମ୍ପନ୍ନ କରିବା ପାଇଁ ସେବାୟତ ମାନଙ୍କୁ ଦାୟିତ୍ୱ ବଣ୍ଟନ ସମାପ୍ତ ହୋଇଥିବା ବେଳେ ଜନ୍ମୋତ୍ସବ ରେ ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ବ୍ୟବସ୍ଥା କୁ ଶୃଙ୍ଖଳିତ ଜରିବା ପାଇଁ ମନ୍ଦିର ଓ ପୋଲିସ ପ୍ରଶାସନ ତରଫରୁ କଣ ପଦକ୍ଷେପ ଗ୍ରହଣ କରାଯିବ ସେ ବାବଦରେ ଆଲୋଚନା ସରିବା ପରେ ଚୂଡାନ୍ତ ପଦକ୍ଷେପ ଗ୍ରହଣ କରାଯିବାର ସ୍ଥିର ହୋଇଛି । ସେହିଭଳି ମେଳା ପରିସର ରେ ଦୋକାନ ବଜାର ବ୍ୟବସ୍ଥା , ଆପାତକାଳୀନ ସ୍ୱାସ୍ଥ୍ୟ ସେବା ପ୍ରତି ମଧ୍ୟ ସଜାଗ ରହି ପଦକ୍ଷେପ ଗ୍ରହଣ କରାଯାଉଥିବା ସୂଚନା ପ୍ରଦାନ କରିବା ସହିତ , ମହାପ୍ରଭୁଙ୍କ ଙ୍କର ପବିତ୍ର ଜନ୍ମୋତ୍ସବ ର ପ୍ରତେକ ରୀତିନୀତି ଓ ପୂଜାପାଠ ରେ ଅଧିକ ରୁ ଅଧିକ ଶ୍ରଦ୍ଧାଳୁ ଯୋଗଦେଇ ମହାପ୍ରଭୁଙ୍କ ଦର୍ଶନ ଲାଭ କରିବା ପାଇଁ ଓ ମେଳାର ସୁଚାରୁ ରୂପରେ ପରିଚାଳନା କରିବା ପାଇଁ ମନ୍ଦିର ପରିଚାଳନା କମିଟି କୁ ସହଯୋଗ କରିବା ପାଇଁ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି ।।

0
0
0
s2sdefault