ହେଡଲାଇନସ୍:

ଜୀବିକା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରୁଛି ଟିପିଏସ୍ଓଡିଏଲ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପ୍ରଶିକ୍ଷଣ, ମାର୍କେଟ ଲିଙ୍କେଜ୍ ଉପରେ ଗୁରୁତ୍ବ

ବ୍ରହ୍ମପୁର,ଏପ୍ରିଲ : ଟିପିଏସଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍) ପକ୍ଷରୁ ହାୱାଇ ଚପଲ ଉତ୍ପାଦନ ସମ୍ପର୍କିତ ଜୀବିକା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକରେ ମହିଳାମାନଙ୍କ ସାମାଜିକ-ଅର୍ଥନୈତିକ ବିକାଶ ଓ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି।

ମହିଳାଙ୍କ ସାମର୍ଥ୍ୟକୁ ସ୍ଵୀକୃତି ଦେଇ ଟିପିଏସଓଡିଏଲ୍ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ର ୫୦ରୁ ଉର୍ଦ୍ଧ୍ଵ ମହିଳାଙ୍କୁ ଅତ୍ୟାବଶ୍ୟକ ଦକ୍ଷତା, ଜ୍ଞାନ ଏବଂ ସମ୍ବଳ ଯୋଗାଇଛି । ପାଂଟିସ୍, ଓଏଲଏମ୍ (ଓଡ଼ିଶା ଜୀବିକା ମିଶନ) ଏବଂ ୟୁନିସେଫ୍ ସହଯୋଗରେ ମହିଳାମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଏହି ପଦକ୍ଷେପର ଲକ୍ଷ୍ୟ।

ହାୱାଇ ଚପଲ ତିଆରିରେ ଦକ୍ଷତା ପ୍ରଦାନ ତଥା ବ୍ୟବସାୟ ପରିଚାଳନା ଏବଂ ଉଦ୍ୟୋଗ ଉପରେ ମଡ୍ୟୁଲ୍ ପ୍ରଦାନ କରିବା ସହ ଏହି କାର୍ଯ୍ୟକ୍ରମ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ କ୍ଷୁଦ୍ର ଏବଂ ମଧ୍ୟମ ଆକାରର ଉଦ୍ୟୋଗ (ଏସଏମଇ)ରେ ପରିଣତ କରିବାକୁ ଚେଷ୍ଟା କରେ। ଓଡ଼ିଶା ଜୀବିକା ମିଶନ ଜରିଆରେ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠାରେ ଆବଶ୍ୟକ ହେଉଥିବା ସମ୍ବଳ ଓ ପାଣ୍ଠି ସଂଗ୍ରହ ପାଇଁ ଟିପିଏସ୍ଓଡିଏଲ୍ ପ୍ରତିଶ୍ରୁତିବଦ୍ଧ। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଉତ୍ପାଦନ ୟୁନିଟର ପ୍ରତ୍ୟେକ ମହିଳା ମାସକୁ ଅତି କମରେ ୧୦ ରୁ ୧୨ ହଜାର ଟଙ୍କା ରୋଜଗାର କରିବାକୁ କମ୍ପାନି ଲକ୍ଷ୍ୟ ରଖିଛି। ମାର୍କେଟ ଲିଙ୍କେଜ୍ ପାଇଁ କମ୍ପାନୀ ଏକ ସ୍ୱତନ୍ତ୍ର ପ୍ଲାନ୍ ମଧ୍ୟ ପ୍ରସ୍ତୁତ କରିଛି। ଟିପିଏସଓଡିଏଲ ବିଭିନ୍ନ ଅଫଲାଇନ ଏବଂ ଅନଲାଇନ ମାଧ୍ୟମରେ ଉତ୍ପାଦର ବ୍ରାଣ୍ଡିଂ, ମାର୍କେଟିଂ ଏବଂ ଲଞ୍ଚିଂରେ ସହଯୋଗ ପ୍ରଦାନ କରିବ।

ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ସୁମିତ୍ରା ନାୟକ କହିଛନ୍ତି, "ଏହା ଏକ ନୂଆ ଆରମ୍ଭ। ଟିପିଏସଓଡିଏଲ୍ ଆମକୁ ପ୍ରଶିକ୍ଷଣ ଦେବା ସହ ଏହି ବ୍ୟବସାୟର ପରିସର ବିଷୟରେ ମଧ୍ୟ ସୂଚନା ଦେଇଥିଲା। ଆମେ ସମସ୍ତେ ଏହି ଉତ୍ପାଦନ ୟୁନିଟ୍ ଚଳାଇବା ପାଇଁ ଆଶାବାଦୀ ଅଛୁ । ଏହି ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ କମ୍ପାନୀ ସମସ୍ତ କାର୍ଯ୍ୟ ପରିଚାଳନା କରୁଛି।" ଏଥିପାଇଁ ଟିପିଏସଓଡିଏଲକୁ ଧନ୍ୟବାଦ ଜଣାଇଛନ୍ତି ସୁମିତ୍ରା।


ଟିପିଏସଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କୁହନ୍ତି, "ସମାଜରେ ବଡ଼ ପରିବର୍ତ୍ତନ ଆଣିବା ପାଇଁ ଆମେ ମହିଳାମାନଙ୍କ ଅନ୍ତର୍ନିହିତ ଶକ୍ତି ଉପରେ ଗଭୀର ବିଶ୍ୱାସ କରୁ । ଜୀବିକା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ କେବଳ ଦକ୍ଷତା ପ୍ରଦାନ କରୁନାହୁଁ ବରଂ ମହିଳା ସଶକ୍ତୀକରଣକୁ ପ୍ରୋତ୍ସାହିତ କରୁଛୁ। ଯାହା ଦ୍ୱାରା ଏହି ମହିଳାମାନେ ସେମାନଙ୍କ ଗୋଷ୍ଠୀ ମଧ୍ୟରେ ସଫଳ ଉଦ୍ୟୋଗୀ ଏବଂ ପ୍ରଭାବଶାଳୀ ନେତ୍ରୀ ହୋଇପାରିବେ।"

0
0
0
s2sdefault