ହେଡଲାଇନସ୍:

ମାହାଙ୍ଗା ଯୁବ-ଛାତ୍ର ବିଜେଡି ପକ୍ଷରୁ ଯୁବ - ଛାତ୍ର ସମାବେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଡବଲ ଶଙ୍ଖରେ ମୋହର ମାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହାତମୁଠାକୁ ମଝବୁତ କରିବାକୁ ଆହ୍ୱାନ-ବିଧାୟକ ପ୍ରତାପ ଜେନା l

(ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ବ୍ଲକ କୁଆଁପାଳ ବଣୁଆ କଲେଜ ପଡ଼ିଆ ଠାରେ ମାହାଙ୍ଗା ଯୁବ-ଛାତ୍ର ବିଜେଡ଼ି ପକ୍ଷରୁ ଏକ ବିଶାଳ ଯୁବ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଯାଇଛି । ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ବ୍ଲକ ୩୭ ଗୋଟି ପଞ୍ଚାୟତରୁ ୧୦ହଜାରରୁ ଅଧିକ ଯୁବ ଛାତ୍ର ମାନେ ଯୋଗଦାନ କରି ସୂଚେଇ ଦେଇଥିଲେ କି ଆଗାମୀ ନିର୍ବାଚନରେ ମାହାଙ୍ଗାରେ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ବହୁ ସଂଖ୍ୟାରେ ବିଜୟ ଲାଭ କରିବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିକାଶପୁରୁଷ ବିଧାୟକ ପ୍ରତାପ ଜେନା ଯୋଗଦାନ କରି ଯୁବକ ଓ ଛାତ୍ର ମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ଡବଲ ଶଙ୍ଖ ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବା ପାଇଁ ଆହ୍ବାନ ଦେଇଥିଲେ । ସେହିପରି ଭାବେ ମୁଖ୍ୟ ବକ୍ତା ଭାବେ ଯୁବ ମାନସର ପ୍ରତୀକ ତଥା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ଯୋଗଦାନ କରି ମାହାଙ୍ଗା ବ୍ଳକ ଅଞ୍ଚଳରୁ ଆସିଥିବା ହଜାର ହଜାର ସଂଖ୍ୟାରେ ଯୁବ-ଛାତ୍ର ମାନଙ୍କୁ ସ୍ୱାଗତ ଜଣାଇବା ସହିତ ଏକ ନୂତନ ଓଡ଼ିଶା ଯୁବ ଓଡ଼ିଶା ଗଠନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଯୁବକ ଓ ଛାତ୍ର ମାନଙ୍କୁ ଅଗ୍ରାଧିକାର ଦେଇ ଆସିଛନ୍ତି ଯାହାପାଇଁ ଆଜି ଯୁବକ - ଛାତ୍ର ମାନେ ସବୁକ୍ଷେତ୍ରରେ ଆଗେଇ ପାରିଛନ୍ତି ବୋଲି ପ୍ରକାଶ କରିଛନ୍ତି । ଏପରିକି ମାହାଙ୍ଗାରେ କିଭଳି ଯୁବକ, ଛାତ୍ର ଏବଂ ମହିଳାମାନଙ୍କ କ୍ଷେତ୍ରରେ ନିଯୁକ୍ତିର ସୁଯୋଗ ତ୍ବରାନ୍ବିତ କରା‌ଯିବ ଯାହାଦ୍ବାରା ସମସ୍ତେ ନିଜେ ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଏକ ଉନ୍ନତ, ବିକଶିତ ମାହାଙ୍ଗା ଗଠନରେ ସହାୟକ ହୋଇପାରିବେ ସେ ସମ୍ପର୍କରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଳକ ବିଜେଡ଼ି ସଭାପତି ରାଜକିଶୋର ଜେନା, ବ୍ଲକ ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, କଟକ ଜିଲ୍ଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ପ୍ରଦିପ୍ତ ବିଶ୍ଵାଳ, ମାହାଙ୍ଗା ବ୍ଳକ ଯୁବ ବିଜେଡ଼ି ସଭାପତି ଶରତ ମହାପାତ୍ର, ଛାତ୍ର ବିଜେଡ଼ି ସଭାପତି ହିତେଶ ରାଉତ, ଉପସଭାପତି ତ୍ରିନାଥ ଜେନା, ସୋସିଆଲ ମିଡ଼ିଆ ସଂଯୋଜକ କିଶୋର ରାଉତ, ଅନୁପମ୍ ମିଶ୍ର, ନିଶ୍ଚିନ୍ତକୋଇଲି ବ୍ଳକ ଯୁବ ବିଜେଡ଼ି ସଭାପତି ଜ୍ଞାନରଂଜନ ରାଉତ, ଛାତ୍ର ସଭାପତି ପ୍ରିୟବ୍ରତ ସାହୁ, ମାହାଙ୍ଗା ବ୍ଳକ ଯୁବ ବିଜେଡ଼ି ଜୋନ୍ ସଭାପତି ଚିନ୍ମୟ ଜେନା, ଆଲୋକ ବାରିକ, ମହେନ୍ଦ୍ର ବିଶ୍ଵାଳ, ଜୟନ୍ତ ବିଶ୍ଵାଳ, ଛାତ୍ର ଜୋନ ସଭାପତି ଆଲୋକ ସେଠୀ, ସନ୍ଦୀପ ବରାଳ, ପରେଶ ପଣ୍ଡା,ତୋଫାନ ଦାସ ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୦ହଜାରରୁ ଅଧିକ ଯୁବ-ଛାତ୍ର ମାନେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିବା ସହିତ ଆଗାମୀ ନିର୍ବାଚନରେ ବିଜେଡ଼ି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ବହୁ ସଂଖ୍ୟା ଭୋଟରେ ବିଜୟଲାଭ କରିବେ ବୋଲି ପ୍ରକାଶ କରିଥିଲେ l

0
0
0
s2sdefault