ହେଡଲାଇନସ୍:

କଣ୍ଟାବାଞ୍ଜିରୁ ମୁଖ୍ୟମନ୍ତ୍ରୀ ଦାଖଲ କଲେ ନାମାଙ୍କନ ପତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିଟିଲାଗଡ଼ : ଗତ ୩୦ ତାରିଖରେ ସେ ନିଜର ପାରମ୍ପରିକ ଆସନ ହିଞ୍ଜିଳି ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କର ଦ୍ୱିତୀୟ ଆସନ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରୁ ନିଜର ନାମାଙ୍କନ ଦାଖଲ କରିଛନ୍ତି |
ମୁଖ୍ୟମନ୍ତ୍ରୀ ଆଜି ସକାଳ ପ୍ରାୟ ସାଢ଼େ ୧୦ଟାରେ ତୁଷରା ଏୟାରଷ୍ଟ୍ରିପ୍ ରେ ପହଞ୍ଚିବା ପରେ ହଜାର ହଜାର ଜନତା ତାଙ୍କୁ ସ୍ୱାଗତ କରିଥିଲେ । ପରେ ସେ ରୋଡ୍ ସୋ କରି ନାମାଙ୍କନପତ୍ର ଦାଖଲ ପାଇଁ ଟିଟିଲାଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସିଥିଲେ । ସେଠାରେ ବିଜେଡିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ, ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍, ବିଜେଡି ନେତା କଳିକେଶ ନାରାୟଣ ସିଂହଦେଓ, ମନ୍ତ୍ରୀ ଟୁକୁନି ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନାମାଙ୍କନପତ୍ର ଦାଖଲ କରିଥିଲେ ।

0
0
0
s2sdefault