ହେଡଲାଇନସ୍:

କୈଳାସ ପରିଡା ବିଜେଡିରୁ ନିଲମ୍ବିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Image

ପୁରୀ/ଅନିମେଷ ପଟ୍ଟନାୟକ : ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ଯୁବନେତା ତଥା ବର୍ତ୍ତମାନର ଜିଲ୍ଲା ପରିଷଦ ସଭ୍ୟ କୈଳାସ ପରିଡା ବିଜୁ ଜନତା ଦଳରୁ ନିଲଂବିତ ହୋଇଛନ୍ତି ବୋଲି ଦଳ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି | ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା କୈଳାସ ଗତ କିଛି ବର୍ଷ ହେବ ସଞ୍ଜୟଙ୍କ ଘୋର ବିରୋଧୀ ପାଲଟିଯାଇଥିଲେ | ଏପରିକି ସେ ବିଧାୟକ ଟିକଟ ପାଇଁ ଆଶାୟୀ ଥିଲେ | ଦଳର ଗୋଟିଏ ଗୋଷ୍ଠୀର ପ୍ରଚ୍ଛନ୍ନ ପ୍ରୋତ୍ସାହନ ଥିଲା ବୋଲି ଚର୍ଚା ହେଉଥିଲା | ହେଲେ ଦଳ ବିରୋଧୀ କାର୍ଯ୍ୟ ପାଇଁ ଆଜି ଦଳ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଛି |

Image

0
0
0
s2sdefault