ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ପଡ଼ାପାଡି ପଞ୍ଚାୟତ ରେ ଆଜି ଜିଲ୍ଲା କଂଗ୍ରେସ ର ଆଭାନ କ୍ରମେ ଏକ କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା।
କାର୍ଯ୍ୟକ୍ରମ ରେ ରାୟଗଡା କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀ ଆପୋଲସ୍ୱାମୀ କାଡ୍ରାକା ଯୋଗ ଦେଇ ଉପସ୍ଥିତ କଂଗ୍ରେସ ପ୍ରେମୀଙ୍କ ମନୋବଳ ସୁଦୃଢ କରିବା ସହ ଉତ୍ସାହିତର ସହ ଜନସାଧାରଣଙ୍କ ସମସ୍ୟାକୁ ସର୍ବଦା ସମାଧାନ ଦିଗରେ ତତ୍ପରତା ଦେଖିବେ ବୋଲି ଆଭାନ କରିଥିଲେ।
ଉପସ୍ଥିତ କଂଗ୍ରେସ ପ୍ରେମୀଙ୍କ ସହ ଶ୍ରୀ କାଡ୍ରାକା ପଡ଼ାପାଡି ପଞ୍ଚାୟତ ର ସାରିଶପଦର, ମୁଣ୍ଡାଗାଁ, ପୋଡାପାଡ଼ି, କଂସାରୀଗୁଡା, କୋଡାପଦର ଓ ଫୁଲଜବା ଗ୍ରାମ ପ୍ରମୁଖର ଜନସାଧାରଣଙ୍କ ସହ ତାଙ୍କ ଦୌନନ୍ଦିନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଉକ୍ତ ଗ୍ରାମ ମାନଙ୍କରେ ବର୍ତ୍ତମାନର ସମସ୍ୟା ଯାହା ପାଣି, ବିଜୁଳି, ଗମନା ଗମନ, ସ୍ୱାସ୍ଥ୍ୟ,ରାସ୍ତାଘାଟ, ବାର୍ଦ୍ଧକ୍ୟ, ବିଧବା ଓ ବିଭିନ୍ନ ଭତା ସମସ୍ୟାକୁ ପ୍ରମୁଖ ଆଲୋଚନା ରେ ସ୍ଥାନ ଦେଇ ଏହାର ତୁରନ୍ତ ସମାଧାନର ପ୍ରତିଶୃତି ଦେଇଥିଲେ।
ଏହି ପରିପେକ୍ଷୀରେ କର୍ମୀ ସାମ୍ବିଳନୀ କାର୍ଯ୍ୟକ୍ରମ ରେ ରାଜେନ୍ଦ୍ର ଦୁରିଆ, ବିଜୁ ମହାନ୍ତି, ବିଦ୍ୟା ଚୌଧୁରୀ, ଜ୍ୟୋତି ରତ୍ନ ଚୌଧୁରୀ, ନୀଳ ଝୋଡ଼ିଆ, ଅର୍ଜି ମାଝୀ, ଲଷ୍ମୀଧର ବାଘ, ମଧୁ ଝୋଡ଼ିଆ, ମଙ୍ଗୁଲୁ ବାଘ, ସାନ୍ଧୁ ମାଝୀ, ଜିଜୁରୁ ମାଝୀ, ମହେଶ୍ୱର ଝୋଡ଼ିଆ, ଜଗବନ୍ଧୁ ମାଝୀ, ଦେବେନ୍ଦ୍ର ଖରା, ନରେନ୍ଦ୍ର ଖରା,ବିଶୁ ମାଝୀ, ବୈବସତ ବାଘ ଓ ଅନ୍ୟ ପ୍ରମୁଖଙ୍କ ସହ ଅଞ୍ଚଳରୁ ପ୍ରାୟ ଶତାଧିକ ଲୋକେ ଉପସ୍ଥିତ ଥିଲେ।