ଜଗତସିଂହପୁରରେ ପ୍ରଶାନ୍ତ ଓ ଚିରଞ୍ଜୀବଙ୍କ ଶକ୍ତି ପ୍ରଦର୍ଶନ,ବିଶାଳ ବାଇକ ରାଲି ଓ ସଂକଳ୍ପ ସମାବେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ବିରୋଧୀଙ୍କ ଲାଗି ଚ୍ୟାଲେଞ୍ଜ ପାଲଟିବ ଏ ବର୍ଷ"

ଜଗତସିଂହପୁର,ତା-୨୭.୦୪.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ଦୁଇ ହେଭିୱେଟ ନେତା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ଓ ବରିଷ୍ଠ ବିଜେଡି ନେତା ଚିରଞ୍ଜୀବ ବିଶ୍ବାଳ ହାଇଭୋଲ୍ଟେଜ ପ୍ରଚାର କରିଛନ୍ତି । ଚିରଞ୍ଜୀବ ବିଶ୍ୱାଳଙ୍କ ନେତୃତ୍ବରେ ଆୟୋଜିତ ଏହି ରାଲିରେ ବିଜେତି ସାସଂଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ଓ ଜିଲ୍ଲା ସଭାପତି ନାରାୟଣ ଜେନା, ଯୋଗଦେଇଥିଲେ । ନୂଆପୋଲ ନିକଟରୁ ଆରମ୍ଭ ହୋଇଥିବା ଏହି ରାଲିରେ ୧୦ ହଜାରରୁ ଉର୍ଦ୍ଧ୍ବ ବାଇକ ସାମିଲ ହୋଇଥିଲା । ବିଭିନ୍ନ ଛକରେ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି, ସାଂସଦ ପ୍ରାର୍ଥିନୀ ରାଜଶ୍ରୀ ମଲ୍ଲିକ ଓ ବିଜେଡି ନେତା ଚିରଞ୍ଜୀବ ବିଶ୍ବାଳଙ୍କୁ ବିପୁଳ ସମ୍ବଦ୍ଧନା ପ୍ରଦାନ ପ୍ରାର୍ଥୀଙ୍କ ପ୍ରତି ଲୋକଙ୍କ ଆତ୍ମୀୟତା ପରିଲକ୍ଷିତ ହୋଇଥିଲା। ତେବେ କଂଗ୍ରେସ ଛାଡି ବିଜେଡିରେ ଯୋଗଦେବା ପରେ ଚିରଞ୍ଜୀବ ବିଶ୍ଵାଳ ପ୍ରଥମ ଥରପାଇଁ ଖୋଲା ଗାଡିରେ ପ୍ରଚାରକୁ ଓହ୍ଲାଇଥିଲାବେଳେ ତାଙ୍କର ବହୁ ସମର୍ଥକ ଏହି ରାଲିରେ ସାମିଲ ହୋଇଥିବା ଦେଖୁବାକୁ ମିଳିଥିଲା । ଦିର୍ଘ ୪ ଘଣ୍ଟା ପରେ ବାଇକ ରାଲି ଚର୍ଚ୍ଚିକା ବଜାରରେ ପହଞ୍ଚିଥିଲା | ଚର୍ଚ୍ଚିକା ବଜାରରେ ସଂକଳ୍ପ ସମାବେଶ ଆରମ୍ଭ ହୋଇଥିଲା । ଉଭୟ ଚିରଞ୍ଜୀବ ଓ ପ୍ରଶାନ୍ତଙ୍କ ଶକ୍ତି ପ୍ରଦର୍ଶନ ଏବେ ବି ବିରୋଧୀଙ୍କ ପାଇଁ ସତର୍କ ଘଣ୍ଟି ବୋଲି କୁହାଯାଉଛି! କାରଣ ଗତ ନିର୍ବାଚନରେ ଖୁବ କମ ଦିନ ମଧ୍ୟରେ ପ୍ରଶାନ୍ତ ମୁଦୁଲି ବିରୋଧଙ୍କ ଚକ୍ରବ୍ୟୁହକୁ ଭେଦ କରି ବିଜ ବିଜୟ ବାନା ଉଡାଇଥିଲେ I ଗତ ପାଞ୍ଚ ବର୍ଷର ସଂଗଠନ ସହିତ କଂଗ୍ରେସର ହେଭିୱେଟ ନେତା ଚିରଞ୍ଜୀବ ଏବେ ବିଜେଡି ଦଳରେ ଆଗଧାଡିର ପ୍ରଚାରକ ସାଜିଛନ୍ତି ପ୍ରଶାନ୍ତ ଓ ଚିରଞ୍ଜୀବଙ୍କ ସଂଗଠନ ଏବେ ଏକାଠି କାମ କରୁଥିବାରୁ ବିରୋଧୀଙ୍କ ନିଦ ହଜିଛି । ତେବେ ଶୁକ୍ରବାର ଦଳୀୟକର୍ମୀଙ୍କ ସ୍ନାହ ଓ ବିଶାଳ ଉପସ୍ଥିତି ସମସ୍ତଙ୍କ ଗଣିତକୁ ଫେଲ କରିଛି । ଉଭୟ ସଭାରେ ବିରୋଧୀଙ୍କୁ ବେଶ ଶାଣିତ ଶବ୍ଦରେ ସେ ସମାଲୋଚନା କରି ନବାଗତ ସଦସ୍ୟ ଚିରଞ୍ଜୀବ ବିଶ୍ୱାଳ କହିଛନ୍ତି ଜ ସଭା ଦେଖ୍ ବିରୋଧୀଙ୍କ ନିଦ ହଜିଛି । ବିଜେଡ଼ିର ଲୋକସଭା ପ୍ରାର୍ଥୀ ଏବଂ ବିଧାନସଭା ଟି-ପ୍ରାର୍ଥୀଙ୍କୁ ଜିତାଇବାକୁ ସଂକଳ୍ପ ନେଇଥିଲେ ଓ ସଂକଳ୍ପ ମୁଖ୍ୟମନ୍ତ୍ରୀ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବା ସ୍ପଷ୍ଟ ସେ ବାରି ହେଉଥିବା ଏହି ସଂକ‌ଳ୍ପ ସମାବେଶ ସଭାରୁ ଜଣାପଡିଛି । ଜିଲ୍ଲାପରିଷଦ ସଭାପତି ମନୋଜ ଭୋଇ, ଦାପ୍ତି ଦାସ, ବ୍ଲକ ଅଧ୍ଯକ୍ଷା କନକପ୍ରଭା ଲେଙ୍କା, ଉପାଧ୍ଯକ୍ଷ ରତିରଞ୍ଜନ ବେହେରା, ପ୍ରିୟବ୍ରତ ମହାପାତ୍ର, ଡ଼ ସରୋଜ ଷଡ଼ଙ୍ଗୀ, ନଂ ଜୋନର ୪ ଜିଲ୍ଲାପରିଷଦ ବିବେକାନନ୍ଦ ବଳାନନ୍ଦ ବେହେରା, ଯୁବନେତା ପ୍ରଶାନ୍ତ ମଲିକ, ଆଳିପିଙ୍ଗଳ ସମିତି ସଭ୍ୟ ରାଜୀବ ବେହେରା, ଅଜୟ ସ୍ବାଇଁ, ଗୌରପ୍ରସାଦ ସାଦ ନି ମହାନ୍ତି, ସୁବାସ ମହାନ୍ତି, ଦୀପ୍ତି ରଞ୍ଜନ ସାହୁ, 66 ମନୋଜ ମହାନ୍ତି, ସମସ୍ତ ସରପଞ୍ଚ ସଭ୍ୟ ସଭ୍ୟା ପୌରପରିଷଦର ସମସ୍ତ କର୍ମକର୍ତ୍ତା ଦଳୀୟ ସମର୍ଥକମାନେ ବହୁସଂଖ୍ୟାରେ ଉପସ୍ଥିତ ଥିଲେ ।

0
0
0
s2sdefault