ହେଡଲାଇନସ୍:

ବିଜେଡି ର ମିଶ୍ରଣ ପର୍ବ ଅନୁଷ୍ଠିତ : ବିଜେପି ଛାଡି ବିଜେଡିରେ ମିଶିଲେ ଶତାଧିକ କର୍ମୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ ଶିବାଶିଷ ପଟ୍ଟନାୟକ : - ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଓ ବର୍ଷା ସିଂ ବରିହାଙ୍କ ନିତି ଆଦର୍ଶ ଓ ବିକାଶଧାରା ରେ ଅନୁପ୍ରାଣିତ ହୋଇ ଉମେଶ ସାହୁ ଓ ରବିନ୍ଦ୍ର ମେହେରଙ୍କ ନେତୃତ୍ବରେ ବୁଡାମାଲ ପଚାଂୟତ ଖଇରପାଲି ଗ୍ରାମର ବିଜେପି କର୍ମୀ ଜୟଦେବ ସାହୁ,କୁନୁ ମେହେର,ବୃନ୍ଦାବନ ମେହେର,ଶଙ୍କର ମେହେର,ଦିନ ମେହେର ,ମକରନ୍ଦ ମଟାରୀ ପ୍ରମୁଖ ବିଜେପି ଛାଡି ବିଦ୍ଧିବଦ୍ଧ ଭାବରେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି | ଏହି ଅବସରରେ ଯୁବନେତା ଭୋଜରାଜ ସିଂ ବରିହା, ରାଜ୍ୟ ସଂପାଦକ ରାଜୁ ଘିବେଲା ,ପ୍ରଫୁଲ୍ଲ ମେହେର,ବୁଡାମାଲ ସରପଞ୍ଚ ପ୍ରତିନିଧି ଅଶୋକ ସେଠ ପ୍ରମୁଖ ଉପସ୍ଥିତ ରହି ନୂତନ ବିଜେଡି କାର୍ଯ୍ୟକର୍ତ୍ତା ମାନଙ୍କୁ ସ୍ବାଗତ କରିଥିଲେ |

0
0
0
s2sdefault