ହେଡଲାଇନସ୍:

ସୈନିକ ସ୍କୁଲ ଭୁବନେଶ୍ୱର ପରିସରରେ ବିଜ୍ଞାନମେଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ସହୋଦୟ ସ୍କୁଲ କମ୍ପେ୍ଲକ୍ସ ଆନୁକୂଲ୍ୟରେ ତା ୨୯ ନଭେମ୍ବର ୨୦୨୨ ରିଖ ଦିନ ସୈନିକ ସ୍କୁଲ ଭୁବନେଶ୍ୱରର ପରିସରରେ ବିଜ୍ଞାନମେଳା ଅନୁଷ୍ଠିତ ହୋଇଅଛି । ଏହି ପ୍ରଦର୍ଶନୀଟି ବିଦ୍ୟାଳୟର କନିଷ୍ଠତମ କ୍ୟାଡ଼େଟ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ସମୁଦାୟ ୩୮ଟି ବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ । ତନ୍ମଧ୍ୟରୁ କନିଷ୍ଠ ବିଭାଗ (ଷଷ୍ଠରୁ ଅଷ୍ଟମ) ଏବଂ ବରିଷ୍ଠ ବିଭାଗ (ନବମରୁ ଦ୍ୱାଦଶ) ଶ୍ରେଣୀର ପ୍ରାୟ ୧୬୦ ଜଣ ଛାତ୍ରଛାତ୍ରୀ ସେମାନଙ୍କ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ବିଭାଗର ପ୍ରତିଯୋଗୀମାନେ ପରିବେଶ ପ୍ରଦୂଷଣର କାରଣ ଓ ନିରାକରଣ,ଜୈବବିବିଧତାର ସଂରକ୍ଷଣ ଜଳବାୟୁ ପରିବର୍ତନର ପ୍ରଭାବ, ମାନବ ସମାଜ ପାଇଁ ଜୀବବିଜ୍ଞାନର ଅବଦାନ ଏବଂ ବିଭିନ୍ନ ବୈଜ୍ଞାନିକ ଉଦ୍ଭାବନ ଆଦି ବିଷୟରେ ଉପସ୍ଥାପନା କରିଥିବା ସ୍ଥଳେ କନିଷ୍ଠ ବିଭାଗରେ ଗମନାଗମନ ଏବଂ ଯୋଗାଯୋଗରେ ଟେକ୍‌ନୋଲୋଜିର ଅବଦାନ । ମାନବଜୀବନରେ ଟେକ୍‌ନୋଲୋଜିର ଉପକାର ଏବଂ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ବିଜ୍ଞାନର ବରଦାନ ବିଷୟରେ ଉପସ୍ଥାପନା କରିଥିଲେ । ବିଚାରକ ଭାବରେ ଆଇ.ଏମ୍‌.ଏମ୍‌.ଟି ଆଂଚଳିକ ବିଜ୍ଞାନ କେନ୍ଦ୍ର, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ, ଆର୍‌.ଆଇ.ଇ,କେନ୍ଦ୍ରୀୟ ବିଦ୍ୟାଳୟ ୪ ନମ୍ବର ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ତଥା ବୈଜ୍ଞାନିକମାନେ ପ୍ରତିଯୋଗୀମାନଙ୍କର ମୂଲ୍ୟାୟନ କରିବା ସହ ସେମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ପ୍ରଦର୍ଶନୀକୁ ସଫଳ କରିବାରେ ଉାଧ୍ୟକ୍ଷ କମାଣ୍ଡର ଉଷା ସାଙ୍ଗୱାନ, ପ୍ରଶାସନିକ ଅଧିକାରୀ ଲେପ୍‌ଟନାଂଟ କର୍ଣ୍ଣଲ ଅମିତ ତିୱାରୀ ଏବଂ ବରିଷ୍ଠ ଅଧ୍ୟାପକ ଶ୍ରୀ ବିଘ୍ନେଶ୍ୱର ପ୍ରଧାନ ସହଯୋଗ କରିଥିଲେ । ପରିଶେଷରେ ଅଧ୍ୟକ୍ଷ କର୍ଣ୍ଣଲ ବାଲୁ ଭରତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କ୍ୟାଡ଼େଟ୍‌ମାନଙ୍କୁ କାର୍ଯ୍ୟକ୍ରମର ସଫଳତା ପାଇଁ ଧନ୍ୟବାଦ ଅର୍ଣ କରିଥିଲେ ।

0
0
0
s2sdefault