ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା କଟକ-ପାରାଦୀପ ରେଳ ମାର୍ଗ ଯାଞ୍ଚ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ପାରାଦୀପ ଠାରେ ରେଳପଥ ସହଭାଗିତା ମାନଙ୍କ ସହିତ ଟ୍ରାଫିକ୍ ସୁବିଧା ସମୀକ୍ଷା |

  • ପାରାଦୀପ ଅଞ୍ଚଳରେ ରେଳ ସାଇଡିଙ୍ଗ ନୀରିକ୍ଷଣ |

  • ରେଳବାଇର ବିଭିନ୍ନ ଭିତ୍ତିଭୂମି ଏବଂ ଟ୍ରାଫିକ୍ ସମ୍ବନ୍ଧୀୟ ସମସ୍ୟା ଯାଞ୍ଚ |

ଭୁବନେଶ୍ୱର : ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ରୂପ ନାରାୟଣ ସୁନକର ଆଜି ପାରାଦୀପ ଗସ୍ତରେ ଯାଇ କଟକ-ପାରାଦୀପ ରେଳ ମାର୍ଗରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନୀରିକ୍ଷଣ କରିଥିବାବେଳେ ଟ୍ରାଫିକ ସୁବିଧା ତଥା ବିନା କୌଣସି ପ୍ରତିବନ୍ଧକରେ ଟ୍ରେନ ଚଳାଚଳ ଏବଂ ରେଳବାଇର ବିଭିନ୍ନ ବିକାଶମୂଳକ କାର୍ଯ୍ୟକଳାପ ସମ୍ବନ୍ଧରେ ଆଲୋଚନା କରିଥିଲେ |
ଶ୍ରୀ ସୁନକର ମଧ୍ୟ ପାରାଦୀପ ଅଞ୍ଚଳରେ ରେଳବାଇର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ | ଏହି ସମୀକ୍ଷା ଓ ନୀରିକ୍ଷଣ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରାୟଙ୍କ ସହିତ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ |
ଶ୍ରୀ ସୁନକର ରେଳବାଇର ବିଭିନ୍ନ ଷ୍ଟେକ ହୋଲ୍ଡର (ସହଭାଗୀ) ମାନଙ୍କର ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ଏବଂ ପଣ୍ୟ ବୋଝେଇ ଓ ପଣ୍ୟ ବୋଝ ଉତାରିବା (ଅନଲୋଡିଂ) ପାଇଁ ବିଭିନ୍ନ ରେଳ ସାଇଡିଙ୍ଗ ପରିଦର୍ଶନ କରିଥିଲେ | ପରିବହନ ଏବଂ ଟ୍ରାଫିକ ସୁବିଧା କ୍ଷେତ୍ରରେ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ସେ ସହଭାଗୀ ମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଏବଂ ପ୍ରକଳ୍ପ ଗୁଡିକର କାର୍ଯ୍ୟ ଶୀଘ୍ର ସମାପ୍ତ କରାଇବା ଓ ପରିବହନ ସୁବିଧା କରାଇ ଏହାର ବୃଦ୍ଧି ଘଟାଇବା ସହ ରାଜସ୍ୱ ବୃଦ୍ଧି ପାଇଁ ରେଳ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି |

0
0
0
s2sdefault