ହେଡଲାଇନସ୍:

ପ୍ରଦୀପ ପଣ୍ଡାଙ୍କ "ଯାହା ମୁଁ ଚାହୁଁ ନ ଥିବି" ଲୋକାର୍ପିତ I

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ):  କଳା ନନ୍ଦିନତତ୍ତ୍ଵ ଓ ବାସ୍ତବିକତା ସହ ଯଥାସମ୍ଭବ ଭାରସାମ୍ୟ ରକ୍ଷାକରି କବିତା ରଚନା କରିବା ସାମ୍ପ୍ରତିକ କବିଙ୍କ ସକାଶେ ଏକ ଆହ୍ବାନା ବାହ୍ୟ ବାସ୍ତବତା ଅପେକ୍ଷା ମାନବର ଅନ୍ତ ର୍ନିହିତ ବାସ୍ତବତାକୁ ଶବ୍ଦ ମାଧ୍ୟମରେ କବିତାର ରୂପଦେଇ ସର୍ଜନା କରିବା କବି ଡ. ପ୍ରଦୀପ କୁମାର ପଣ୍ଡାଙ୍କ ଏକ ବୈଶିଷ୍ଟ୍ୟ ବୋଲି ଆଲୋଚକମାନେ ମତପ୍ରକାଶ କରିଛନ୍ତି।  ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଅନ୍ୟ ପକ୍ଷରୁ ହୋଟେଲ ଅପସରା ସଭାକକ୍ଷରେ ଡ. ପଣ୍ଡାଙ୍କ କବିତା ସଂକଳନ "ଯାହା ମୁଁ ଚାହୁଁ ନଥିବି' ଏବଂ କବି ପ୍ରଦୀପ କୁମାର ରାୟଙ୍କ ଦ୍ଵାରା ବଙ୍ଗଳା ଭାଷାରେ ଅନୁଦିତ ଡ. ପଣ୍ଡାଙ୍କ ପଚାଶଟି ଓଡ଼ିଆ କବିତା ସଂକଳନ ନିର୍ବାଚିତ ୫୦' ଲୋକାର୍ପିତ ହୋଇଯାଇଛି। କବି ପ୍ରଫେସର ପଞ୍ଚାନନ ମିଶ୍ରଙ୍କ ସଭାରେ ପୌରହିତ୍ୟ କରିଥିଲେ I  ମୁଖ୍ୟଅତିଥୀ ଭାବରେ ଯୋଗଦେଇ କବି ଭାଗିରଥ୍ ମିଶ୍ର କହିଲେ ଯେ, କବିର ଦୃଷ୍ଟିରେ ଆସୁଥିବା ଭାବାବେଗ ସବୁ ସ୍ୱତଃସ୍ଫୁର୍ଭ ଭାବରେ କବିତାର ସ୍ପର ହୋଇ ଚାଲିଆସେ ତାହା ସବୁ ସମୟରେ କେବଳ ସୌନ୍ଦର୍ଯ୍ୟବାଦୀ ପ୍ରେମ ପ୍ରଣୟର କବିତା ହେବି ବୋଲି କିଛି ମାନେ ନାହିଁ ବରଂ ସେଥିରେ ସମାଜର କୁର ବାସ୍ତବତାକୁ ମଧ୍ୟ ପ୍ରତି ଫଳିତ କରାଯାଇ ପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ ସଭାରେ କବି ସରୋଜ, କବି ରାମକୃଷ୍ଣ ସାହୁ ସଦ୍ୟ ଲୋକାର୍ପିତ ସଂକଳନ ରୁ କବିତା ଆବୃତ୍ତି କରିଥିବାବେଳେ ଡ. ଗୌରୀ ଦାସ ପ୍ରଧାନ ଡ. ପଣ୍ଡାଙ୍କ ଏକ ଓଡ଼ିଆ କବିତାର ବଙ୍ଗଳା ଅନୁବାଦ ପାଠ କରିଥିଲେ I ସଭାରେ ପୁସ୍ତକର ପ୍ରଛଦପଟ ଶିଳ୍ପୀ ଚିତ୍ରକାର କୁଲଦୀପ ବର୍ମାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୁସ୍ତକଦ୍ବୟ ଲୋକାର୍ପଣ ପରେ ଏହାର ପ୍ରଥମ ଖଣ୍ଡ ମଞ୍ଚାସୀନ ସାହିତ୍ୟପ୍ରେମୀ ସଂଜୀବ କୁମାର ପଣ୍ଡାଙ୍କୁ ପ୍ରଦାନ କରାଯାଇଥିଲା। ଡ.ଦ୍ଵାରିକନାଥ ନାୟକ ସଭା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ I 

   ସଭାରେ ସୌଭାଗ୍ୟବନ୍ତ ମହାରଣା,ଧ୍ରୁବ ପ୍ରସାଦ ପଣ୍ଡା,ମନୋରଂଜନ ପଟ୍ଟନାୟକ, ସୁଶୀଲ କୁମାର ପାଣିଗ୍ରାହୀ, ଡ.ମନୋଜ କୁମାର ପଣ୍ଡା, ପ୍ରଶାଂତ ମାଝୀ, ଡ. ଗୋବିଂଦ ମହାରଣା, ରମେଶ ଚନ୍ଦ୍ର ମିର୍ଦ୍ଧା,ଲକ୍ଷ୍ମୀନାରାୟଣ ହୋତା,ଡ. ସତ୍ୟନାରାୟଣ ଠାକୁର,କମଳ ଲୋଚନ ପଣ୍ଡା,ମହମ୍ମଦ କାଶିମ୍‌, ଡ. ସିଦ୍ଧାର୍ଥ ପଣ୍ଡା ପ୍ରମୁଖ କବି ଓ ସାହିତ୍ଯ ପ୍ରେମୀ ଯୋଗ ଦେଇଥିଲେ।

0
0
0
s2sdefault