ହେଡଲାଇନସ୍:

ଭୁବନେଶ୍ୱର ଲୋକସଭା ଆସନ : ଚିତ୍ର ଅସ୍ପଷ୍ଟ, ରଗଡା ଲଢେଇ ସ୍ପଷ୍ଟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ସମସ୍ତଙ୍କ ନଜରରେ ଭୁବନେଶ୍ୱର | ହାଇ ପ୍ରୋଫାଇଲ ଲଢେଇ | ପ୍ରଶାସକ ବନାମ ପ୍ରଶାସିକା | ଅରୂପ ବନାମ ଅପରାଜିତା | ଜଣେ ଜଣେ ଓଡ଼ିଆ ମାଟିକୁ ବୋହୁ ପାଲଟି ପ୍ରଶାସନ କ୍ଷେତ୍ରରେ ଓଡ଼ିଶାର ସେବା କରିଛନ୍ତି, ଆଉ ଜଣେ ଓଡିଶା ବାହାରେ ଓଡିଶା ବାହାରେ ଓଡ଼ିଶାର ଟେକ ବଢ଼ାଇଛନ୍ତି ନିଜର କର୍ତ୍ତବ୍ୟ ନିଷ୍ଠା ଓ କାର୍ଯ୍ୟ ଦକ୍ଷତା ମାଧ୍ୟମରେ | ଏପଟେ ପ୍ରଧାନମନ୍ତ୍ରୀ ରୋଡ଼ ସୋ ଓ ସଭା କରି ସାରିଛନ୍ତି ଆଉ ସେପଟେ  ମୁଖ୍ୟମନ୍ତ୍ରୀ ମଧ୍ୟ ରୋଡ଼ ସୋ ପ୍ରଚାର ମାଧ୍ୟମରେ ଭୋଟ ଭିକ୍ଷା କରି ଆସି ସାରିଲେଣି | ଆଉ ପ୍ରାର୍ଥୀମାନେ ବି କରି ସାରିଛନ୍ତି ଦମଦାର ପ୍ରଚାର | ତେଣୁ ସମସ୍ତଙ୍କ ନଜର  ଭୁବନେଶ୍ୱର ଭଳି ମର୍ଯ୍ୟାଦାଜଣକ ଲୋକସଭା ଆସନରୁ କିଏ ପିନ୍ଧିବ ସିରିପା,  ଅରୂପ ପଟ୍ଟନାୟକ ନା ଅପରାଜିତା ଷଡ଼ଙ୍ଗୀ ? ଚିତ୍ର ଅସ୍ପଷ୍ଟ, ହେଲେ ଲଢେଇ ଫୁଲ ରଗଡା ଲଢେଇ ହେବ ସ୍ପଷ୍ଟ | ହେଲେ ଏଥର ଯିଏ ବି ଜିତୁ ମାର୍ଜିନ ଆଉ ପୂର୍ବଥର ଭଳି ରହିବନି | ପ୍ରଥମରୁ ଜୋରଦାର ପ୍ରଚାର କରି ପ୍ରଚାରରେ ଆଗରେ ଥିବା ଅପରାଜିତା ଷଢଙ୍ଗିଙ୍କ ପାଇଁ ୧୦ଦିନ ତଳର ସ୍ଥିତି ନାହିଁ | ବହୁ ବିଳମ୍ବରେ ପ୍ରଚାର ମଇଦାନକୁ ଓଲ୍ହାଇଥିବା ଅରୂପ ପଟ୍ଟନାୟକ ଏବେ ମୁଖ୍ୟମନ୍ତ୍ରୀଙ୍କ ରୋଡ଼ସୋ ପରେ ଅପରାଜିତାଙ୍କୁ ସମକକ୍ଷ ହୋଇ ସାରିଲେଣି | ଅପରାଜିତା ଏକତରଫା  ଜିତିଯିବେ ବୋଲି ଯେଉଁ ଧାରଣା ସୃଷ୍ଟି ହୋଇଥିଲା ଗୋଟିଏ ସମୟରେ, ଏବେ ସେଇ ସ୍ଥିତି ଆଉ ଚିତ୍ର ପଲଟି ଯାଇଛି । ହେଲେ ଲୋକପ୍ରିୟତାର ଏକ ବଳୟ ସୃଷ୍ଟି କରି ପ୍ରଚାର କରୁଥିବା ଅପରାଜିତାଙ୍କ ପାଇଁ କେଁ ପୁରାଇଥିଲା ତାଙ୍କର ଅତୀତର କାର୍ଯ୍ୟକଳାପ ଆଉ ଅନିୟମିତତା ଅଭିଯୋଗ | ଆଉ ତାହା ତାଙ୍କ ପଖାଳ ଖିଆ ପ୍ରଚାରରେ ଟିକେ ଭତ୍ତା ସୃଷ୍ଟି କରିଥିଲା |  

ଏହି ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୭ଟି ଯାକ ବିଧାନସଭା ସ୍ଥିତି ଏମିତି । ଭୁବନେଶ୍ୱରର ତିନିଟା ଯାକ ଆସନରେ ବିଜେଡ଼ି ଓ ବିଜେପି ମଧ୍ୟରେ ହେଉଛି ମୁକାବିଲା । ଭୁବନେଶ୍ୱର ଉତ୍ତର  ଓ ଏକାମ୍ରରେ ବିଜେଡ଼ି ସୁବିଧାଜନକ ସ୍ଥିତିରେ ଥିବା ବେଳେ ମଧ୍ୟ ନିର୍ବାଚନ ମଣ୍ଡଳୀରେ ଟକ୍କର ହେବ | ମଧ୍ୟ ନିର୍ବାଚନ ମଣ୍ଡଳୀରେ ଅପରାଜିତା ଭଲ ଭୋଟ ପାଇବେ ବୋଲି ଆଶା କରୁଥିବା ବେଳେ ଉତ୍ତର ଓ ଏକମରରେ ଅସନ୍ତୁଷ୍ଟଙ୍କ ଗତିବିଧି ଅଡୁଆ ସୃଷ୍ଟି କରିବା ବିଜେପି ଓ ଅପରାଜିତାଙ୍କ ପାଇଁ |  ମହିଳା ଓ ବସ୍ତିଭୋଟରଙ୍କ ଉପରେ ବିଜେଡ଼ିର ଅଧିକ ଦବଦବା ରହିଥିଲେ ବି ବିଜେପି କିଛି ବସ୍ତି ଭୋଟ ହାତେଇ ପାରେ । ସେପଟେ ଜୟଦେବ ନିର୍ବାଚନମଣ୍ଡଳୀରେ ବିଜେଡ଼ି ଭଲ ସ୍ଥିତିରେ ଥିବା ବେଳେ ଖୋର୍ଦ୍ଧାରେ ବିଜେପିର ଦଳୀୟ ସ୍ଥିତି ଭଲ ଥିବା ତଥା ବିଜେପି ପ୍ରାଥୀ କଲୁ ଖଣ୍ଡାୟତ ରାୟ ସୁବିଧାଜନକ( ଏପରିକି ଜିତିବା ସ୍ଥିତି ଅସମ୍ଭବ ନୁହେଁ)  ସ୍ଥିତିରେ ଥିବା ଯୋଗୁ ସେଠାରେ ଅପରାଜିତା କିଛି ଭଲ ଭୀତ ପାଇବେ ନିଶ୍ଚିତ । ଜଟଣୀ ଓ ବେଗୁନିଆରେ ବିଜେପି ତୃତୀୟ ସ୍ଥାନରେ ରହିବ ସମ୍ଭାବନା ଥିବା ଯୋଗୁ ତାହା ଅରୂପଙ୍କ ପାଇଁ ଓ ବିଜେଡି ପାଇଁ ସହାୟକ ହେବ | ଜଟଣୀରେ ଏଥର କଂଗ୍ରେସ ପ୍ରାର୍ଥୀ ସୁରେଶ ରାଉତରାୟଙ୍କ ସପକ୍ଷରେ ହବ ବହୁଥିବା ବେଳେ ବେଗୁନିଆରେ ବିଜେଡି ଓ କଂଗ୍ରେସ ଭିତରେ କାଣ୍ଟେ କା ଟକ୍କର | ଦଳର ପୁରୁଖା ନେତା ସୁଦିପ୍ତ ରାୟ ଟିକେଟରୁ ବଂଚିତ ହୋଇଥିବା ବେଳେ ସେଠି ପୁରୁଣା ବିଜେପି କର୍ମୀଙ୍କ ଭିତରେ ଅସନ୍ତୋଷ ଅପରାଜିତାଙ୍କ  ପାଇଁ ଅସୁବିଧା ସୃଷ୍ଟି କରିପାରେ |  ସେ ଯାହା ହେଉ ଏଥର ଭୋଟରଙ୍କ ମତିଗତି ବୁଝିବା ଟିକେ କଷ୍ଟ କର ହେଉଛି | ଯୁବ ଭୋଟରଙ୍କ ଭିତରେ କିଛିଟା ମାନସିକତାରେ ଫ୍ଲକଚୁଏସନ ଆସିଥିବା ବେଳେ ଚିହ୍ନ ଓ ନାଁରେ ଥିବା ଭୋଟ ବ୍ୟାଙ୍କ ସେତେଟା କ୍ଷତିଗ୍ରସ୍ତ ହୋଇନଥିବା ଜଣାପଡୁଛି |  ତେଣୁ ବିଜେପିର ଏମପି  ଭୋଟ ପରିମାଣ କିଛି ମାତ୍ରାରେ ବଢିବାକୁ ଥିବା ବେଳେ ଗୋଟିଏ ଦୁଇଟି ବିଧାନସଭାର ପରିଣାମ ପରିବର୍ତ୍ତନ ସମ୍ଭାବନା ସହ ଲୋକ ସଭା ଓ ଅନ୍ୟ ଆସନରେ ବିଧାନସଭା ପରିଣାମ ଅପରିବର୍ତ୍ତିତ ରହିବ ବୋଲି ଭୋଟରଙ୍କ ମତଗତିରୁ ଅନୁମାନ କରାଯାଉଛି | 

0
0
0
s2sdefault