ହେଡଲାଇନସ୍:

ବିଜେଡିରେ ଯୋଗଦେଲେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ଉପ-ସଭାପତି ଓ କଟକ ଜିଲ୍ଲା କଂଗ୍ରେସ ସଂପାଦକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର:  ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଜଟଣୀ ବିଧାୟକ ପ୍ରାର୍ଥୀ ବିଭୂତି ଭୂଷଣ ବଳବନ୍ତରାୟଙ୍କ ନେତୃତ୍ୱରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ଉପ-ସଭାପତି ତଥା ଜଟଣୀ ବ୍ୟବସାୟୀ ମହାସଂଘ ସଭାପତି ସୁଦର୍ଶନ ସୁନ୍ଦରାୟ ଆଜି ଶତାଧିକ ସମର୍ଥକଙ୍କ ସହ ନବୀନ ନିବାସ ଆସି  ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ  ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ସେହିପରି କଟକ ଜିଲ୍ଲା କଂଗ୍ରେସ କମିଟି ସଂପାଦକ ୱାଲିବ୍‍ ପଟେଲ୍‍ ତାଙ୍କର ସମର୍ଥକଙ୍କ ସହ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ସମସ୍ତ କଂଗ୍ରେସ ନେତା-କର୍ମୀଙ୍କୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଛନ୍ତି ଯେ ସୁଦର୍ଶନ ଜଣେ ଭଲ ସଂଗଠକ । ସେ ତାଙ୍କର ସମର୍ଥକଙ୍କ ସହ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ବିଜେଡିର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।

ଦଳରେ ଯୋଗ ଦେବା ଅବସରରେ ଶ୍ରୀ ସୁନ୍ଦରାୟ ଓ ଶ୍ରୀ ପଟେଲ୍‍ କହିଥିଲେ ଯେ କଂଗ୍ରେସ ଗୋଟିଏ ଗୁଣ୍ଡାରାଜ ଦଳ । ତା’ର ନେତାମାନେ ବହୁବାର ଗିରଫ ହୋଇଛନ୍ତି । କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ସାରା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ରହିଛି । ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ଓ ଦୃଢ଼ ନେତୃତ୍ୱ ଦ୍ୱାରା ଆମେ ସମସ୍ତେ ଅନୁପ୍ରାଣିତ । ବିଜୁ ଜନତା ଦଳ ଗୋଟିଏ ଶୃଙ୍ଖଳିତ ଦଳ ହୋଇଥିବାରୁ ଆଜି ସମସ୍ତେ ଦଳରେ ଯୋଗ ଦେଇଛୁ ।

0
0
0
s2sdefault