ହେଡଲାଇନସ୍:

ବିଜେପି ବିଧାୟକ ପ୍ରାର୍ଥୀଙ୍କ ଉପସ୍ଥିତିରେ ବ୍ୟବସାୟୀଙ୍କ ଉପରେ ଆକ୍ରମଣ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ସରିଗଲାଣି ନିର୍ବାଚନ, ଥମୁନାହିଁ ହିଂସା : ଏବେବି ବିରୋଧୀ ଙ୍କର ଟାର୍ଗେଟ ରେ ମନ୍ତ୍ରୀ ସୁଶାନ୍ତ  ।।  

ଅମ୍ବାଭନା / ସୋହେଲା / ବରଗଡ :- ରାକେଶ କୁମାର ଅଗ୍ରୱାଲ , ଭୁକ୍ତାର ଜଣେ ସାଧାରଣ ବ୍ୟବସାୟୀ । ସେ ଗତକାଲି ଅମ୍ବାଭନା ଥାନା ରେ ଲିଖିତ ଅଭିଯୋଗ କରିଥିଲେ ଯେ ଭଟଲି ନିର୍ବାଚନ ମଣ୍ଡଳୀରୁ ବିଜେପି ର ବିଧାୟକ ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟ ଓ ତାଙ୍କର ସମର୍ଥକ ମାନେ  20ତାରିଖ ଦିପହର ସମୟରେ ତାଙ୍କ ଘର ଓ ଦୋକାନ ଉପରକୁ ଟେକା ପଥର ମାଡ କରିବା ସହିତ ଘରଭିତରକୁ ପଶି ଆସି ଘରେ ଉପସ୍ଥିତ ଥିବା ସମସ୍ତଙ୍କୁ ଗାଳି ଗୁଳଜ କରିବା ସହିତ ମହିଳା ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ | ଏହାସହିତ ରାକେଶ ଙ୍କର ବଡଭାଇ ଗୌରୀ ଶଙ୍କର ଅଗ୍ରୱାଲଙ୍କୁ ମାରିବା ପାଇଁ ଖୋଜାଖୋଜି କରିଥିଲେ । ଗୋୖରୀଙ୍କୁ ଘରେ ନପାଇ ବିଧାୟକ ପ୍ରାର୍ଥୀ ଓ ତାଙ୍କର ସମର୍ଥକମାନେ ତାଙ୍କ ଘରେ ତୁମୁଳ କାଣ୍ଡ ଘଟାଇ ଥିଲେ । ଏପରିକି ମହିଳାମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିବା ସହିତ  ଅଶ୍ଳୀଳ ଇଙ୍ଗିତ କରିଥିଲେ । ଯାହା ଫଳରେ କି ପୁରା ପରିବାର ବର୍ତମାନ ଭୟଭୀତ ଓ ଆତଙ୍କିତ । ବିଧାୟକ ପ୍ରାର୍ଥୀ ମହୋଦୟ ଙ୍କର ନାମରେ ପୂର୍ବରୁ ମଧ୍ୟ ଅନେକ ମାମଲା ଥିବାରୁ କେତେବେଳେ କଣ ଘଟାଇବେ ସେହି ଆଶଙ୍କାରେ  ବର୍ତମାନ ପୁରା ପରିବାର ଆତଙ୍କିତ ଥିବା ଶ୍ରୀ ରାକେଶ ଅଗ୍ରୱାଲ ଅଭିଯୋଗ କରିବା ସହିତ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବା ପାଇଁ ସେ ଥାନା ଅଧିକାରୀ ଙ୍କୁ ଲିଖିତ ଗୁହାରି କରିଛନ୍ତି । 

ସୂଚନାଯୋଗ୍ୟ ଯେ ଅଗ୍ରୱାଲ ପରିବାର ମନ୍ତ୍ରୀ ସୁଶାନ୍ତ ସିଂ ଙ୍କର ବଡ ସମର୍ଥକ । ଗତ ନିର୍ବାଚନ ଦିନଠାରୁ ବିଭିନ୍ନ ଆଳରେ ବିଜେଡି କର୍ମୀ ମାନଙ୍କୁ ବିଭିନ୍ନ ସ୍ଥାନରେ ମରଣାନ୍ତକ ଆକ୍ରମଣ ହେଉ ଥିବା ଦେଖିବାକୁ ମିଳୁଛି ।  ଏହାର ଆଉ ଗୋଟେ ପ୍ରମାଣ ହେଲା  ଗତ ନିର୍ବାଚନ ଦିନ18 ତାରିଖ ରେ ଇରାଶିଷ ଆଚାର୍ଯ୍ୟ ଙ୍କର ଜଣେ ସମ୍ମର୍ଥକ ଛୋଟେଲାଲ ପାତ୍ର , ସୋହେଲାର ବ୍ଲକ କଲୋନୀ ରେ ରହୁଥିବା ବାବୁନ ବେହେରା ନାମକ ଜଣେ ଯୁବକ କୁ ଏକ ଚାକୁ ରେ ଭୂଷି ମରଣାନ୍ତକ ଆକ୍ରମଣ କରିଥିଲା । ଏଠାରେ ସୂଚନା ଯୋଗ୍ୟ ଯେ ଛୋଟେଲାଲ ଜଣେ ଚୋରା କାଠ ବ୍ୟବସାୟୀ । ପୂର୍ବରୁ ତାର ଘରୁ ବହୁ ମୂଲ୍ୟବାନ ଚୋରା କାଠ ଜବତ ହେଇ ସାରିଛି। ବାବୁନର ଜଙ୍ଘ ଓ ହାତରେ ଗଭୀର କ୍ଷତ ସୃଷ୍ଟି ହେଇଥିଲା । ଏହି ମାମଲାକୁ ନେଇ ସୋହେଲା ଥାନାରେ କେଶ ମଧ୍ୟ ରୁଜୁ ହେଇସାରିଛି ।

         ରାକେଶ ଅଗ୍ରୱାଲ ଓ ବାବୁନ ବେହେରା ର କେଶ ଦେଖିଲେ ଏଠି ଗୋଟେ କଥା ମନେପଡୁଛି ଯେ ବହୁ ପୂର୍ବରୁ ଆମେ କହିଥିଲୁ ଯେ ଟାର୍ଗେଟ ରେ ମନ୍ତ୍ରୀ ସୁଶାନ୍ତ ତାହା ସମ୍ପୂର୍ଣ୍ଣ ଭାବରେ ସତ୍ୟ । ବାସ୍ତବରେ ବିଧାୟକ ପ୍ରାର୍ଥୀଙ୍କୁ ନିର୍ବାଚନ ପୂର୍ବରୁ ଓ ପରେ , ଲୋକମାନଙ୍କର ଚର୍ଚ୍ଚା , ବିଭିନ୍ନ ଗଣମାଧ୍ୟମ ର ପୂର୍ବାନୁମାନରୁ ଏ କଥା ସ୍ପଷ୍ଟ ଭାବରେ ଜଣା ପଡ଼ିଗଲାଣି ଯେ ଭଟଲି ନିର୍ବାଚନର ଫଳାଫଳ କଣ ହେବ । ସେଥିପାଇଁ ସେ ଅତି ମାତ୍ରାରେ ବ୍ୟତିବ୍ୟସ୍ତ । ମନ୍ତ୍ରୀ ସୁଶାନ୍ତ ସିଂ ଙ୍କୁ ବ୍ୟତିବ୍ୟସ୍ତ କରାଇ ଅଂଚଳରେ ଏକ ଗଣ୍ଡଗୋଳିଆ ବାତାବରଣ ସୃଷ୍ଟି କରାଇ ସେ ତାର ଫାଇଦା ନେବା ପାଇଁ ଚିନ୍ତା କରୁଥିବା ବେଳେ ପୋଲିସ ଏହି ଘଟଣା ଉପରେ ତଦନ୍ତ କରୁଛି ବୋଲି କହିଛି | ବିଜେପି ସମର୍ଥକଙ୍କ ପକ୍ଷରୁ ମନ୍ତ୍ରୀ  ସୁଶାନ୍ତଙ୍କ ଭାଇ ସୁବ୍ରତଙ୍କ ବିରୋଧରେ ଏକ ଅଭିଯୋଗ ମଧ୍ୟ କରାଯାଇଛି ୧୭ ତାରିଖ ଦିନ |

ହେଲେ ଏ ସମ୍ପର୍କରେ ମନ୍ତ୍ରୀଙ୍କ ଭାଇ ସୁବ୍ରତ ସିଂଙ୍କୁ ପଚାରିବାରୁ ସେ କହିଛନ୍ତି " ଭଟଲି ଘଟଣା ସହିତ ମୋର କୋଣସି ପ୍ରକାର ସମ୍ପର୍କ ନାହିଁ । କେବଳ ମତେ ଓ ମୋର ବଡଭାଇ ତଥା ମାନ୍ୟବର ମନ୍ତ୍ରୀ ଙ୍କୁ ବଦନାମ କରିବା ପାଇଁ ବିରୋଧୀ ଏହିଭଳି ହୀନ ଚକ୍ରାନ୍ତ କରୁଛି" ।

          ରାକେଶ ଙ୍କର ଘର ଉପରେ ଆକ୍ରମଣ ଓ ମହିଳା ମାନଙ୍କୁ ଦୁର୍ବ୍ୟବହାରକୁ ଏ ଅଂଚଳର ଲୋକମାନେ ନିନ୍ଦା କରୁଥିବା ବେଳେ ଏ ସମ୍ପର୍କରେ ବିଜେପି ନେତାଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କାରଟାଯାଇଥିନବେଳେ ସମ୍ଭବ ହୋଇ ପାରିନଥିଲା | ପୋଲିସ ଆକ୍ରମଣ ଘଟଣାରେ ତଦନ୍ତ କରୁଥିବା ସୂଚନା ଦେଇଛନ୍ତି | 

0
0
0
s2sdefault