ହେଡଲାଇନସ୍:

ଅରୂପ- ଅପରାଜିତା ଲଢେଇ ଏବେ ଉଣେଇଶି-ବିଶ ସ୍ଥିତିରେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କମିଶନର ବନାମ କମିଶନର : ଚପାକସିଆ  ଲଢେଇ ଦେଖିବ ଭୁବନେଶ୍ୱର 

ଭୁବନେଶ୍ୱର(ରମେଶ ସାହୁ)  :ଆଉ ଦିନ ତିନିଟା ପରେ ନିର୍ବାଚନ | ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ଉସ୍ମତା ବଢିଥିବା ବେଳେ  ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀମଧ୍ୟ ସେଥିରୁ ବାଦ ପଡିନି | ସମ୍ନାସାମ୍ନି ହେଉଛନ୍ତି ତିନି ପ୍ରାର୍ଥୀ ଭେଟେରାନ ବାମପନ୍ଥୀ   ଜନାର୍ଦ୍ଦନ ପତି, ପ୍ରବାସରେ ଓଡ଼ିଶାର ଗର୍ବ ସେବାନିବୃତ୍ତ ଆଇପିଏସ ଅରୂପ ପଟ୍ଟନାୟକ ଆଉ ଚାକିରୀ ଛାଡି ରାଜନୀତିରେ ପଶିଥିବା ପୂର୍ବତନ ଆଇଏଏସ ଅଫିସର  ଅପରାଜିତା  ଷଢଙ୍ଗି | ଯଦିଓ ଲଢେଇ ତ୍ରିମୁଖୀ ତଥାପି ମୁଖ୍ୟତଃ ଲଢେଇ ଦୁଇ ପୂର୍ବତନ କମିଶନର ଅରୂପ ପଟ୍ଟନାୟକ ଆଉ ଅପରାଜିତା ଷଢଙ୍ଗିଙ୍କ ମଧ୍ୟରେ | ନିର୍ବାଚନ ଲଢ଼ିବେ ବୋଲି ଘୋଷଣା ହେବ ପରଠାରୁ ଭୁବନେଶ୍ୱରର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ତୋଫାନି ଗସ୍ତ କରି ଅପରାଜିତା ଗୋଟିଏ ସମୟରେ ଗୋଟାଏ ଧାରଣା ସୃଷ୍ଟି କରିଥିଲେ ସେ ଏକତରଫା ନିର୍ବାଚନ ଜିତି ନେବେ | ହେଲେ ପ୍ରାର୍ଥୀ ପତ୍ର ଦାଖଲ କରିବା ପରେ ଯେତେବେଲେ ଅରୂପ ପ୍ରଚାର ମଂଗ ଧରିଲେ ଆଉ ନବୀନ ବାବୁ ମଧ୍ୟ ରୋଡ଼ ଶୋ ମାଧ୍ୟମରେ ବିଭିନ୍ନ ଅଂଚଳ ଗସ୍ତ କଲେ, ତାପରେ ଏବେ ମ୍ୟାଚ ଆଉ ଏକତରଫା ହୋଇ ନାହିଁ | ଏବେ ଅରୂପଙ୍କ ପ୍ରତି ମଧ୍ୟ ବିପୁଳ ଜନ ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି | ଏବେ କାଣ୍ଟେ କି ଟକ୍କର ସ୍ଥିତି | ଲଢେଇ ଭୁଂବନେଶ୍ୱର କମିଶନର ବନାମ ମୁମ୍ବାଇ ପୋଲିସ କମିଶନର | ମାଟିର ପୁଅ ବନାମ ମାଟିର ବୋହୁ | 

ଅପରାଜିତା ଷଢଙ୍ଗି | ଜଣେ ଭଲ ପ୍ରଶାସିକା ଭାବେ ଜଣାଶୁଣା | ଭୁବନେଶ୍ୱର ମହାନଗର ନିଗମ କମିଶନର ଥିବା ବେଳେ ବିଭିନ୍ନ ପ୍ରକାର ବିବାଦରେ ଛନ୍ଦି ହୋଇଯାଇଥିବା ଅପରାଜିତା କିନ୍ତୁ ତାଙ୍କ କାର୍ଯ୍ୟ କାଳରେ ଭୁବନେଶ୍ୱରର ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିଥିଲେ, କାନ୍ଥ ବାବଦରେ ଚିତ୍ର କରି ସୁନ୍ଦରିକରଣ କରାଇଥିଲେ | ଭେଣ୍ଡିଙ୍ଗ ଜୋନ ଖୋଲିଥିଲେ ସହରର ବିଭିନ୍ନ ସ୍ଥାନରେ, ଯାହାକି ପରବର୍ତ୍ତୀ ସମୟରେ ଦୁର୍ନୀତିଗତ ବିବାଦରେ ଛନ୍ଦି ହୋଇ ପଡିଥିଲା | ସାନ୍ତ୍ୱନି ନାମଧାରୀ ବ୍ୟକ୍ତିଙ୍କୁ ଅହେତୁକ ପ୍ରୋତ୍ସାହନ ଯୋଗାଇଥବା ଅଭିଯୋଗ ହୋଇଥିଲା | ସହରର ଆଲୋକୀକରଣରେ ଦୁର୍ନୀତି ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ | ସବୁବେଳେ ରାଜନେତାମାନଙ୍କୁ ହେୟ ମନେକରି ନିଜେ ଯାହା ଠିକ ଭାବୁଥିଲେ ତାହା କରୁଥିଲେ | ଆଉ ଯେଉଁ ବିଭାଗରେ ସେ ରହିଥିଲେ ସେହି ବିଭାଗର ପଲିଟିକାଲ ହେଡ଼ ସହ ପଡୁନଥିଲା | ତାଙ୍କ କମିଶନାରୀ କାଳରେ ମେୟରଙ୍କ ସହ ତାଙ୍କର ବିବାଦ ସେତେବେଳେ ଭୁବନେଶ୍ୱରରେ ଦାଣ୍ଡରେ ଗାଡି ହାଟରେ ପଡୁଥିଲା | ସ୍କୁଲ ଗଣଶିକ୍ଷା ସଚିବ ଥିବା ବେଳେ ଲୋକଙ୍କ ନଜରକୁ ଆସିଲା ଭଳି  ବିଭିନ୍ନ ସଂସ୍କାର ହାତକୁ ନେଇଥିଲେ | ହେଲେ ରାଜନେତା ମାନଙ୍କୁ ପୁରା ହେୟ ମାନେ କରୁଥୁଲେ | ତାଙ୍କ ବିଷୟରେ ବିଧାନ ସଭାରେ ଉଠାଇଥିଲେ ତତ୍କାଳୀନ ପାରଳାଖେମୁଣ୍ଡି ବିଧାୟକ | କେମିତି ପ୍ରଟୋକଲ ନିୟମର ଉଲ୍ଲଙ୍ଘନ କରି ଲୋକଙ୍କ ସମସ୍ୟା ନେଇ ଯାଇଥିବା  ଜଣେ ବିଧାୟକଙ୍କୁ ଅପରାଜିତା କେମିତି ହୁମିଲିଏଟ କରିଥିଲେ ତାହା କହିବା ବେଳେ  ଭାବବିହ୍ୱଳ ହୋଇ ପଡ଼ିଥିଲେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ | ତେଣୁ ରାଜନେତାଙ୍କ ବିଷୟରେ ଇଗୋ ରଖି ଆସିଥିବା ଅପରାଜିତା ଏବେ ସମୟକ୍ରମେ ରାଜନେତା | ସେ ପ୍ରଶାସକ ଥିବା ବେଳେ ସେ କରିଥିବା କାମ ଆଧାରରେ ଲଢ଼ୁଛନ୍ତି ନିର୍ବାଚନ | 

ଅପରପକ୍ଷରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଅରୂପ ପଟ୍ଟନାୟକ ମହାରାଷ୍ଟ୍ର କ୍ୟାଡରର ଓଡ଼ିଆ ଆଇପିଏସ ଅଫିସର ଭାବେ ସୁନାମ ଅର୍ଜନ କରିଥିଲେ | ତାଙ୍କ କାର୍ଯ୍ୟ ଦକ୍ଷତା ର ପରିଣାମ ସ୍ୱରୂପ ସେ ମୁମ୍ବାଇ ପୋଲିସର ସର୍ବୋଚ୍ଚ ପଦବୀରେ ଆସୀନ ହୋଇଥିଲେ | ଅପରାଧୀ ଆଉ ଗ୍ୟାଙ୍ଗଷ୍ଟରଙ୍କ ପାଇଁ ସେ ଥିଲେ ଟେରର | ଦେଶବିରୋଧୀ କାର୍ଯ୍ୟରେ ଲିପ୍ତ ଥାଇ ଅପରାଧ ଜଗତର ବାଦଶାହ ପାଲଟିଥିଲା ଅନେକ ଅପରାଧୀଙ୍କ ଖାତମା କରିବା ସହ ମୁମ୍ବାଇ ସହରର ଲୋକଙ୍କ ମନରେ ଆସ୍ଥାର ପ୍ରତୀକ ପାଲଟିଯାଇଥିଲେ | ତାଙ୍କର କାର୍ଯ୍ୟ ଶୈଳୀକୁ ନେଇ କିଛି ବିବାଦ ସୃଷ୍ଟି ହୋଈଥିଲେ ବି ନିଜ କାମକୁ ସେ ବଖୁବି ନିଭାଉଥିଲେ | ଅପରାଧିଙ୍କ ପାଇଁ  କଠୋର ହୃଦୟ ରଖିଥିବା ଅରୂପଙ୍କ ହୃଦୟ କିନ୍ତୁ ଓଡିଶା ଓ ଓଡ଼ିଆଙ୍କ ପାଇଁ ଦୁର୍ବଳ ଥିଲା | କେହି ଯଦି ଜଣେ କର୍କଟ ରୋଗରେ ପୀଡିତ ଓଡ଼ିଆଙ୍କ ଖବର ପାଇଯାଉଥିଲେ, ତେବେ ତାଙ୍କର ସାଧ୍ୟମତେ ଟାଟା ମେମୋରିଆଲ ହସ୍ପିଟାଲରେ କେମିତି ସହିକିତ୍ସା ହେବ ଓ କେମିତି ସୁବିଧା କରିହେବ ସେ ସବୁ କେଇବାରେ ଆନନ୍ଦ ପାଉଥିଲେ ଅରୂପ | ସହ ସହ ସଂଖ୍ୟାରେ ଓଡ଼ିଆଙ୍କ ଚିକିତ୍ସା କାରାଇବାରେ ଅରୁପଙ୍କର ସହଯୋଗ ପ୍ରଶଂସନୀୟ | ଓଡିଶା ଆଇ ଓଡ଼ିଆ ନା ଶୁଣିଲେ ସେ ତାଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସୁଥିଲେ | ଏବେ ସେଇ ସହାୟତା ତାଙ୍କୁ ବେଶ ସହାୟକ ହେଉଛି ପ୍ରଚାର ବେଳେ | ଅନେକ ଲୋକ ଅରୂପଙ୍କୁ ସାକ୍ଷାତ କରି ନିଜ ଆଡୁ ପରିଚୟ ଦେଇ କେମିତି ମୁମ୍ବାଇରେ ସହାୟତା ଅରୂପ କରିଥିଲେ ତାକୁ ମନେ ପକାଇ କୃତଜ୍ଞତା ଜଣାଉଛନ୍ତି | 

ତେଣୁ ଲଢେଇ ଚପା କସିଆ, ଜମା ଏକ ତରଫା ନୁହେ | ଅରୂପ ବନାମ ଅପରାଜିତା କାନଟେ କା ଟକ୍କର | ଗତ ଲୋକ ସଭା ନିର୍ବାଚନରେ ବିଜେପିର ଭୋଟ କିଛି ମାତ୍ରାରେ ବଢିଥିବା ବେଳେ ଅପରାଜିତା ତାଙ୍କ ନିଜ ବ୍ରାଣ୍ଡ ତିଆରି କରି ଭୋଟ ସୃଷ୍ଟି କରାଇବାକୁ ଚେଷ୍ଟା କରୁଛନ୍ତି | ନିଃସନ୍ଦେହ ଅପରାଜିତା ପୂର୍ବଥର ପ୍ରାର୍ଥୀଙ୍କ ତୁଳନାରେ ଅଧିକ ଭୋଟ ପାଇବେ, ହେଲେ ନବୀନ ବାବୁଙ୍କ ଲୋକ ପ୍ରିୟତା ବା ଶଙ୍ଖ ଚିହ୍ନାର ଭୋଟ କାଟିବା ତାଙ୍କ ପାଇଁ ଏତେ ସହଜ ହୋଇ ନପାରେ | ଅପରାଜିତାଙ୍କୁ ନିଜର କିଛି ଭୋଟ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ଼ ଶୋ ବିଜେପିର ଲଢ଼େଇକୁ ଯଦିଓ କିଛିଟା ସାମର୍ଥ୍ୟ ପ୍ରଦାନ କରିଛି, ତଥାପି  ବିଜେଡି ଓ ନବୀନ ବାବୁଙ୍କ ରହିଥିବା ଭୋଟ ଓ ଅରୁପଙ୍କ ବ୍ୟକ୍ତିତ୍ୱ ବି ତାକୁ ଦେଉଛି କଡା ଟକ୍କର | ୨୦୧୪ରେ ମୋଦିଜୀଙ୍କର ଯେଉଁ କ୍ରେଜ଼ ବା ୱେଭ ଥିଲା ତାହା ଏଥର ଅପେକ୍ଷାକୃତ କମ ରହିଛି | ଭୁନନେଶ୍ୱର ଲୋକସଭା ନିର୍ଵାଚନ ମଣ୍ଡଳୀରେ ଫଳ ଏକଦା ଏକ ତରଫ ଲାଗୁଥିବା ବେଳେ ଅରୂପ ଗତ କିଛି ଦିନ ମଧ୍ୟରେ ଆଶାତୀତ ଭାବେ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବାରେ ସକ୍ଷମ ହେଲେଣି | ତେଣୁ ଅନ୍ୟ ନିର୍ବାଚନ ମଣ୍ଡଳୀ ଅପେକ୍ଷା ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀର ଲଢେଇ ନିଶ୍ଚିତ ଭାବେ ରୋଚକ ହେବ ତାହା ଏବେ ଠାରୁ ସ୍ପଷ୍ଟ ହୋଇଗଲାଣି | 

0
0
0
s2sdefault