ଆମେ କଂଗ୍ରେସରେ ଥିଲୁ ଓ ଅଛୁ: ଦଳ ବଦଳ ଖବର ମିଛ 

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ବଲାଙ୍ଗିର/ନିରୋଜ ମିଶ୍ର -  ଆମେ କିଛି କଂଗ୍ରେସ କିଛି କର୍ମୀ ବିଜେଡିରେ ଯୋଗଦେଇଛୁ ବୋଲି ଗତ ତା.୧୫ ତାରିଖରେ ବିଭିନ୍ନ ମୁଦ୍ରଣ ଗଣମାଧ୍ୟମରେ ଖବର ପ୍ରକାଶିତ ହେଇଥିବା ଆମ ନଜରକୁ ଆସିଛି । ଯାହାକି ସମ୍ପୁର୍ଣ୍ଣ ଭୁଲ, କପୋଳକଳ୍ପିତ ଭ୍ରମାତ୍ମକ ଅଟେ ବୋଲି ବଚନ ଗ୍ରୁପର ପ୍ରମୁଖ ସଦସ୍ୟ ମାନେ କହିଛନ୍ତି  । 

ଗ୍ରୁପ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହ ଯାଇଛି "  ଆମେ ବଚନ ଗ୍ରୁପର ସମସ୍ତ ସଦସ୍ୟ କଂଗ୍ରେସ ଦଳର ଜଣେ ଜଣେ ଶୃଙ୍ଖଳିତ ସଦସ୍ୟ । ଛାତ୍ର ଜିବନରୁ ଆମେ କଂଗ୍ରେସର ଆଦର୍ଶ ରେ ଅନୁପ୍ରାଣିତ । ଆଜି ପର୍ଯ୍ୟନ୍ତ ଆମେ ଶୃଙ୍ଖଳିତ ଭାବେ ଦଳର ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମରେ ନିଜର ଯୋଗଦାନ ରଖି ଦଳ ତଥା ଲୋକଙ୍କ ପାଇଁ କାମ କରୁଛୁଁ । ଗତ ତା.୧୫.୨.୨୦୧୯ ସନ୍ଧ୍ୟା ଘ.୭ ସମୟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ  ବଚନ ଗ୍ରୁପ ତରଫରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂଦେଓ ଏବଂ ତାଙ୍କ ପୁତ୍ର ଅର୍କେଶ ନାରାୟଣ ସିଂଦେଓ ଉପସ୍ଥିତ ଥିଲେ । ଯେହେତୁ ଏକ ସୌଜନ୍ୟମୂଳକ କାର୍ଯ୍ୟକ୍ରମ ଥିଲା ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟ ସଭା ସାଂସଦଙ୍କ ସହିତ ସଂଗଠନର ଅନ୍ୟ ସଦସ୍ୟମାନେ କିଛି ଫଟୋ ଉଠାଇଥିଲେ । ପରେ ସେହି ଫଟୋ ଗୁଡିକୁ ନେଇ ବିଭିନ୍ନ ଖବର କାଗଜ ମାଧ୍ୟମରେ ବିଜେଡିରେ ଯୋଗଦାନ ଦେବାର ଭୁଲ ତଥା କପୋଳକଳ୍ପିତ ଖବର ପ୍ରକାଶିତ ପାଇଥିଲା । ଏହାକୁ ଦେଖି ଆମେମାନେ ମର୍ମାହତ କାରଣ ଆମେ ଆମ ଛାତ୍ର ଜୀବନରୁ କଂଗ୍ରେସ ସହିତ ଅଛୁଁ ଏବଂ ଆଗାମୀ ଦିନରେ ମଧ୍ୟ ଆମେମାନେ କଂଗ୍ରେସ ଦଳର ଶୃଙ୍ଖଳିତ ସଦସ୍ୟ ଭାବେ ଦଳ ତଥା ଲୋକଙ୍କ ପାଇଁ କାମ କରିବୁ ।"

0
0
0
s2sdefault