ହେଡଲାଇନସ୍:

କେନ୍ଦୁମୁଣ୍ଡାରେ ଧନୁଯାତ୍ରା ମହୋତ୍ସବ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ସିନାପାଲିରୁ ନିରାକାର ମେହେର ‬: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କେନ୍ଦୁମୁଣ୍ଡା ଗ୍ରାମ ପଂଚାୟତରେ ବିରାଟ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେଉଛି | ଏହାକୁ  ଦେଖିବା ପାଇଁ ଲୋକଙ୍କ ପ୍ରବଳ ସମାଗମ ହେଉଛି | ଏହି ମହୋତ୍ସବର ଅଷ୍ଟମ ରାତ୍ରିରେ କଂସ ଦରବାରରେ ମୁଖ୍ୟ ଅତିଥି ଭାବେ  ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ  ଅଧିରାଜ ପାଣିଗ୍ରାହୀ ଯୋଗ ଦେଇଥିଲେ | ଏଭଲି ମହୋତ୍ସବ ଆୟୋଜନ ଆମ ମହାନ ସଂସ୍କୃତିକୁ ପ୍ରଚାର ପ୍ରସାର କରିବା ସହ ଭାଇଚାରା ବଢ଼ିବାରେ ବେଶ ସହାୟକ ହୋଇଥାଏ ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ | ଜୋନ ନମ୍ବର 14 ର କଂଗ୍ରେସ ଜିଲ୍ଲା ପରିଷଦ ସଭ୍ୟ ଗିରିରାଜ ମାଝୀ ଓ ମହୋତ୍ସବ କମିଟିର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ | 

0
0
0
s2sdefault