ହେଡଲାଇନସ୍:

ଅବକାରୀ ବିଭାଗର ମିଳିତ ଚଢ଼ାଉ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 


         ଗିରଫ ହେଲେ ୧୪ ଚୋରା ଦେଶୀ ଓ ବିଦେଶୀ ମଦ ବ୍ୟବସାୟୀ


ବାରିପଦା/ଦିଲଲୀପ ମହାନ୍ତି - ଅବକାରୀ ବିଭାଗର କଟକ ଫ୍ଲାଇଙ୍ଗ ସ୍କ୍ୱାଡର଼୍ ସହିତ ବାରିପଦା ଅବକାରୀ ବିଭାଗ ପକ୍ଷରୁ ଜାନୁଆରୀ ୯ ମଙ୍ଗଳବାର ପୂର୍ବାହ୍ନରେ ବାରିପଦା ସହର ସହିତ ଆଖପାଖ ଅଞ୍ଚଳମାନଙ୍କରେ ଥିବା ଦେଶୀ ମଦ ଭାଟି, ଢ଼ାବା ଆଦି ଉପରେ ମିଳିତ ଚଢ଼ାଉ ଆରମ୍ଭ କରାଯାଇ ୩ ଶହ ଲିଟର ଦେଶୀ ମଦ ସହିତ ୨ ହଜାର ଲିଟର ପୋଚ୍ ଓ ୩୦ ଲିଟର ବିଭିନ୍ନ ବ୍ରାଣ୍ଡ(କମ୍ପାନୀ)ର ବିଦେଶୀ ମଦ ଜବତ କରାଯାଇଛି, ଯାହାର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ସୂତ୍ରରୁ ଜଣାପଡ଼ିଛି । ଏଥି ସହିତ ଚୋରା ଦେଶୀ ଓ ବିଦେଶୀ ମଦ କାରବାର କରୁଥିବା ଅଭିଯୋଗରେ  ଗିରଫ ହୋଇଥିବା ୬ ମହିଳା ଓ ୮ ପୁରୁଷଙ୍କ ନାମରେ ଅବକାରୀ ଆଇନ ଅନୁସାରେ ମାମଲା ରୁଜୁ କରାଯିବା ପରେ ଅଭିଯୁକ୍ତ ୧୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
            କଟକ ଫ୍ଲାଇଙ୍ଗ ସ୍ୱାଡର଼୍ ମୁଖ୍ୟ ବି କେ ସିଂ ଓ ଇନ୍ସପେକ୍ଟର ଶରତ ଚନ୍ଦ୍ର ଭଞ୍ଜ ପ୍ରମୁଖଙ୍କ ସମେତ ବାରିପଦା ଅବକାରୀ ବିଭାଗର ଇନ୍ସପେକ୍ଟର ଅଜୟ କୁମାର ବେହେରାଙ୍କ ନେତୃତ୍ୱରେ ଅବକାରୀ ବିଭାଗର ଏକ ଟିମ ବାଲବଣି, ମହୁଲଡ଼ିହା, ଦେବେନ୍ଦ୍ରପୁର, ତକତପୁର, ରାଣିଭୋଳ, ଅସନଯୋଡ଼ା ଆଦି ବିଭିନ୍ନ ସ୍ଥାନମାନଙ୍କରେ ଚଢ଼ାଉ କରି ମଇନା ଟୁଡ଼ୁ, ସୁଲତୀ ସୋରେନ, ମାଇନ ସୋରେନ, ସୁମିତ୍ରା ମହାନ୍ତ,  ଯଉନା ମାର୍ଣ୍ଡି, ମୁକ୍ତି ମୁର୍ମୁ, କୁନା ପଣ୍ଡା, ହାଡ଼ିବନ୍ଧୁ ସିଂ, ନାରାୟଣ ହେମ୍ବ୍ରମ, ଦିଲ୍ଲୀପ ସୋଏ, ସୁମନ ମାଲି, ଭରତ ହାଁସଦାଃ, ସାଲଖାନ୍ ମାର୍ଣ୍ଡି ଓ ରବି ବିନ୍ଧାଣିଙ୍କୁ ଗିରଫ କରିଛନ୍ତି । ପ୍ରକାଶ ଥାଉକି, ମୟୂରଭଞ୍ଜ ଜିଲାର ସଦର ମହକୁମା ବାରିପଦା ଚୋରା ଦେଶୀ ଓ ବିଦେଶୀ ମଦ ସହିତ ବ୍ରାଉନସୁଗାର, ଚରସ ଭଳି ମାରାତ୍ମକ ନିଶା ବ୍ୟବସାୟୀମାନଙ୍କର ପେଣ୍ଠସ୍ଥଳୀ ପାଲଟି ଯାଇଛି । ସହରରେ ସଞ୍ଜ ନଇଁବା ମାତ୍ରେ ଚୋରା ନିଶା ବ୍ୟବସାୟୀମାନେ ସକ୍ରିୟ ହୋଇ ଉଠନ୍ତି । ରାତି ପହିଲେ ସରକାରୀ କାର୍ଯ୍ୟାଳୟ, ବେସରକାରୀ କାର୍ଯ୍ୟାଳୟ, କଚେରୀ, ଫାଙ୍କା ପଡ଼ିଆ ସହିତ ଅନ୍ଧାରୀଆ ସ୍ଥାନମାନଙ୍କରେ ଆସର ଜମି ଉଠିଥାଏ । ଏପରିକି ସହରରେ ରହିଥିବା କେତେକ ଢ଼ାବା, ହୋଟେଲ , ଦୋକାନ ଏପରିକି ବସଷ୍ଟାଣ୍ଡ ଓ ବିଭିନ୍ନ ଜନଗହଳି ଅଞ୍ଚଳରେ ଭଡ଼ା ଘରେ ଚୋରା ମଦ ବ୍ୟବସାୟୀମାନେ ଅବାଧରେ ସେମାନଙ୍କର ସାମ୍ରାଜ୍ୟ ଚଳାଇ ମାସରେ ହଜାର ହଜାର ଟଙ୍କା ଆୟ ଉପାର୍ଜନ କରିଆସୁଛନ୍ତି ।  କଟକ ଫ୍ଲାଇଙ୍ଗ ସ୍କ୍ୱାଡର଼୍ ଇନ୍ସପେକ୍ଟର ଶରତ ଚନ୍ଦ୍ର ଭଞ୍ଜଙ୍କୁ ତାଙ୍କର ସେଲ ନମ୍ବର ୯୯୩୮୮୧୬୬୬୧ରେ ଯୋଗାଯୋଗ କରିବାରୁ  ଆଜି ୧୪/୧୫  ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରିବା ଲକ୍ଷ ରଖିଛୁ । ଆପଣମାନେ ଆମକୁ ସହଯୋଗ କଲେ  ସମସ୍ତ ଚୋରା ବ୍ୟବସାୟୀମାନଙ୍କୁ ଧରିବାରେ ସଫଳ ହେବୁ ବୋଲି କହିଥିଲେ । 
 

0
0
0
s2sdefault