ହେଡଲାଇନସ୍:

    ସନ୍ଦେହ ଘେରରେ ଯୁବକଙ୍କ ମୃତ୍ୟୁ  ଘଟଣା: ପୁଲିସର ମୌଖିକ ପ୍ରତିଶୃତି ପରେ ହଟିଲା ଧାରଣା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

        ମେଲଛାମୁଣ୍ଡା(ମନୋଜ ଭୋଇ) - ବରଗଡ ଜିଲ୍ଳା ମେଲଛାମୁଣ୍ଡା ପୁଲିସ ଥାନା ଆଗରେ ର୍କେମେଲି ଗ୍ରାମବାସୀ ରବିବାର ଦିନ ୧୧ଟାରୁ ଧାରଣାରେ ବସିଥିଲେ । ସେମାନେ ୨ୟ ଅଭିଯୁକ୍ତକୁ ଗିରଫ ଦାବୀରେ ଥାନା ଆଗରେ ବସଥିଲେ । ଥାନାରେ ମେଲଛାମୁଣ୍ଡା ଥାନାଧିକାରୀ ସପ୍ନାରାଣୀ ଗୋଛାୟତ ଏବଂ ପଦ୍ମପୁର ଏସଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା ଗ୍ରାମବାସୀଙ୍କୁ ଅନେକ ପ୍ରକାରରେ ବୁଝାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଗ୍ରାମବାସୀ ନିଜ ଦାବୀରେ ଅଟକି ରହିଥିଲେ । ଗ୍ରାମବାସୀଙ୍କ ଦାବୀ ଅନୁସାରେ ଯୁବକଙ୍କ ମୃତ୍ୟୁ ଘଟଣାରେ ସଂଶ୍ଳିଷ୍ଟ ଅନୁଭବ କରୁଥିବା କେର୍ମେଲି ଗ୍ରାମର ଟିକୁ ନାଏକକୁ ଗିରଫ ନ କରାଯିବା ପର୍ଯ୍ୟନ୍ତ ଗ୍ରାମବାସୀ ଥାନା ପରିସର ଛାଡିବେ ନାହିଁ ବୋଲି ରୋକ ଠୋକ ଜଣାଇଛନ୍ତି । ଥାନା ପରିସରରେ କାଳେ କିଛି ଅଘଟଣ ଘଟିବା ଆଶଙ୍କାରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଅପରାହ୍ନରେ ଖବର ପାଇ ବରଗଡ ଏସପି ମୁକେଶ ଭାମୁ ଥାନାକୁ ଆସି ଘଟଣା ସଂପର୍କରେ ପଚାରି ବୁଝିବା ସହ ଟିକୁ ନାଏକର ଦୁଇ ଜଣ କାକାଙ୍କୁ ପୁଲିସ ଆଣି ଅଟକ ରଖିବା ପରେ ଘଟଣାଟି ଆଂଶିକ ଶାନ୍ତ ପଡିଥିଲା । ପ୍ରକାଶ ଯୋଗ୍ୟ ଯେ ସନିବାର ଭୋରରୁ ବାଟର୍ତେମା ସ୍କୁଲ ସମ୍ମୁଖ ରାଜ ରାସ୍ତା ଉପରୁ କେର୍ମେଲି ଗ୍ରାମର ଶିବାଜୀ ସାହୁଙ୍କ ଖପୁରି ବିହୀନ ଶବ ସହ ଏକ ବାଇକ ଜବତ କରିଥିଲା । ବାଇକଟିକୁ ଶବଠାରୁ ୧୦୦ ମିଟର ଦୁରରେ ଠାବ କରି ପୋଷ୍ଟ ମଟମ ପାଇଁ ପଦ୍ମପୁର ପଠାଇ ଘଟଣାର ତଦନ୍ତ କରିଥିଲା । ମୃତ ଯୁବକଙ୍କର ବାପା ମେଲଛାମୁଣ୍ଡା ଥାନାକୁ ଆସି ତାଙ୍କ ପୁଅକୁ କେର୍ମେଲି ଗ୍ରାମର ବିଶ୍ୱ ଖରସାଲ ଏବଂ ଟିକୁ ନାଏକ ହତ୍ୟା କରି ପକାଇଦେଇଛନ୍ତି ବୋଲି ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ଥାନାଧିକାରୀ ଥାନା କେସ ନଂ ୨୦/୧୯ ଦଫା ୩୦୨,୩୪ ଆପିସିରେ ମାମଲା ରୁଜୁ କରି ତଦନ୍ତ କରିଥିଲେ । ଘଟଣାରେ ଆହତ ହୋଇଥିବା ଅନ୍ୟ ଯୁବକ ବିଶ୍ୱ ଖୁରସାଲକୁ ଅଟକ ରଖି ପଚରା ଉଚରା କରୁଛନ୍ତି । ଶବଟି ଗ୍ରାମରେ ପହଂଚିବା ପରେ ଉତେଜନା ପ୍ରକାଶ ପାଇବା ସହ ଥାନା ଘେରାଓ ପାଇଁ ନିଷ୍ପତି ହୋଇଥିଲେ । ଥାନା ଆଗରେ କେର୍ମେଲି ଗ୍ରାମ ବାସୀଙ୍କ ଧାରଣା ସଂପର୍କରେ ଏସଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କୁ ପଚରାଯିବାରୁ ମୃତ ଯୁବକର ପୋଷ୍ଟ ମଟମ ରିପୋଟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବା ସହ ୨ୟ ସଂନ୍ଦିଗ୍ଧକୁ ଗିରଫ କରାଯିବାର ମୌଖିକ ପ୍ରତିଶୃତି ଦେବା ପରେ ଗ୍ରାମବାସୀ ଧାରଣାରୁ ଓହରିଥିଲେ ବୋଲି ପ୍ରକାଶ କରିଛନ୍ତି ।

0
0
0
s2sdefault