ହେଡଲାଇନସ୍:

କଳା ପଲସରରେ ଆସି ଝାମ୍ପି ନେଲେ ଟଙ୍କା ଗହଣା ଏବଂ ବନ୍ଧା ହେଲେ ତିନି ଡକାୟତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼, (ବିଶ୍ୱଜିତ ନାୟକ): କଳା ପଲସରରେ ଆସି ଝାମ୍ପି ନେଲେ ଟଙ୍କା ଗହଣା ଏବଂ ପୋଲିସ ହାତରେ ଧାରାପଡ଼ି ଜେଲ ଗଲେ ତିନି ଡକାୟତ। ନୟାଗଡ଼ ଟାଉନ୍ ଥାନା ପୁଲିସ ଆଜି ଏହି ତିନି ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥି ସହିତ ଲୁଟ ହୋଇଥିବା ସାମଗ୍ରୀକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି । ସୁଚନାନୁସାରେ ଇଟାମାଟି ଥାନା ଭୁତଡି ଗ୍ରାମର ଶରତ କୁମାର ପ୍ରଧାନ ଓ ତାଙ୍କ ସ୍ତ୍ରୀ ରଶ୍ମିତା ପ୍ରଧାନ ନୂଆଗାଁ ଥୁଆବାରି ଗ୍ରାମକୁ ବାଇକ ସାହାଯ୍ୟରେ ଯାଉଥିଲେ । ଅପରାହ୍ନ ସମୟରେ କଳା ପଲ୍ସସରରେ ଆସି ୩ ଜଣ ଲୁଟେରା ତୁଳସୀପୁର ଠାରେ ପଛପଟୁ ଆସି ଆକ୍ରମଣ କରି ଲୁଟ କରିଥିଲେ । ପତିପତ୍ନୀ ଉଭୟ ତଳେ ପଡିଯାଇଥିବା ବେଳେ ତାଙ୍କ ଠାରୁ ଏକ ଭ୍ୟାନିଟ୍ ବ୍ୟାଗ୍, ଏକ ମୋବାଇଲ, ଭ୍ୟାନିଟ୍‌ରେ ଥ‌ିବା ୧୦ ହଜାର ଟଙ୍କା ଓ ସୁନା ଗହଣାକୁ ଲୁଟ କରି ମହିପୁର ଆଡେ ଦ୍ରୁତ ଗତିରେ ପଳାଇ ଯାଇଥିଲେ । ଲୁଟର ଶିକାର ହୋଇଥୁବା ଶରତ କୁମାର ପ୍ରଧାନ ନୟାଗଡ଼ ଟାଉନ
ଥାନାର ଦ୍ବାରସ୍ଥ ହୋଇଥିଲେ । ନୟାଗଡ଼ ଟାଉନ ଥାନା ପକ୍ଷରୁ କେସ୍ ନଂ ୧୩୦/୨୦୨୪ ରେ ଏକ ମାମଲା ରୁଜ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ନୟାଗଡ଼ ଟାଉନ ଥାନା ସବ୍ ଇନିସ୍ପେକ୍ଟର ଶିବାରଞ୍ଜନ ସିଂଙ୍ଗା ଏହି ମାମଲାର ତଦନ୍ତ ଭାର ନେଇ ଆସାମୀ ମାନଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି । ଇଟାମାଟି ଏକଡାଳିଆ ସାହିର ସୁଦର୍ଶନ ବେହେରାଙ୍କ ପୁଅ ଚନ୍ଦନ ବେହେରା,ଇଟାମାଟି ଜଗନ୍ନାଥ ସାହିର ସୁରେନ୍ଦ୍ର ସେଠିଙ୍କ ପୁଅ ଶିବା ସେଠି ଓ
ଇଟାମାଟି ବଡ଼ ହରିଜନ ସାହିର ଦୀନବନ୍ଧୁ ଘଡେଇଙ୍କ ପୁଅ ତରୁଣ ଘଡେଇଙ୍କୁ ବାନ୍ଧିବାରେ ପୁଲିସ ସଫଳତା ପାଇଛି । ସେମାନଙ୍କ ଠାରୁ ଏକ ପଲ୍‌ସର ମୋଟର ସାଇକେଲ୍, ଭ୍ୟାନିଟ ବ୍ୟାଗ୍,ମୋବାଇଲ, ସୁନା ଗହଣା ଓ ୧୦ ହଜାର ଟଙ୍କାକୁ ପୁଲିସ ଜବତ କରିଛି । ୩ ଜଣଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି ।

0
0
0
s2sdefault